୩୭ କୋଟିରୁ ଅଧିକ ଏଲଇଡି ବଲ୍‌ବ ବାଣ୍ଟିସାରିଲେଣି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସରକାର ପ୍ରାୟ ୩୭ କୋଟିରୁ ଅଧିକ ଏଲଇଡି ବଲ୍‌ବ, ୭୨ ଲକ୍ଷରୁ ଅଧିକ ଏଲଇଡି ଟ୍ୟୁବ୍ ଲାଇଟ୍ ଏବଂ ୨୩ ଲକ୍ଷ ୫୯ ହଜାର ଶକ୍ତି ସଂଚୟକାରୀ ଫ୍ୟାନ ବଣ୍ଟନ କରିଛନ୍ତି। ଏନର୍ଜି ଏଫିସିଏନ୍ସି ସର୍ଭିସେସ ଲିମିଟେଡ଼ ଦ୍ୱାରା ଦେଶ ସାରା ଏହା ବଣ୍ଟନ କରାଯାଇଛି।

ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ ଆର କେ ସିଂ କହିଛନ୍ତି ଯେ ଦ୍ୱାଦଶ ଯୋଜନା ଅବଧି ମଧ୍ୟରେ ଉନ୍ନତ ଜ୍ୟୋତି ଯୋଜନାରେ ଏନର୍ଜି ଏଫିସିଏନ୍ସି ସର୍ଭିସେସ ଲିମିଟେଡ଼ ସୁଲଭ ଏଲଇଡି ବଣ୍ଟନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସେ କହିଛନ୍ତି, ଉଜାଲା ଯୋଜନା ଅନୁଯାୟୀ ଅଧିକ ଶକ୍ତି ଅପଚୟ କରୁଥିବା ଉପକରଣ ବଦଳାଇବା ପାଇଁ ଘରୋଇ ଗ୍ରାହକଙ୍କୁ ଏଲଇଡି ବଲ୍‌ବ, ଟ୍ୟୁବ୍ ଲାଇଟ୍ ଏବଂ ଫ୍ୟାନ ବଣ୍ଟନ କରାଯାଉଛି।

Related Articles

Back to top button