ସ୍ପାମ୍ କଲ୍ ଏବଂ ଏସଏମଏସ ଉପରେ ରୋକ ଲଗାଇବାକୁ ଯୋଡ଼ା ହେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଫିଲ୍ଟର

ନୂଆଦିଲ୍ଲୀ: ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ କଲିଙ୍ଗ୍ ନିୟମରେ ସଂଶୋଧନ କରିବା ପାଇଁ ନିର୍ଣ୍ଣୟ କରିଛନ୍ତି । ଏଣିକି ସ୍ପାମ୍ କଲ୍ ଏବଂ ଏସଏମଏସ ଉପରେ ରୋକ ଲଗାଇବା ପାଇଁ ଏକ ନୂଆ ଫିଲ୍ଟର ଆଣିବାକୁ ଯାଉଛି ।

ସ୍ପାମ କଲ୍ ଏବଂ ମେସେଜରୁ ୟୁଜରମାନଙ୍କୁ ଦୂରେଇ ରକିବା ପାଇଁ ନିଆଯାଉଛି ବଡ ପଦକ୍ଷେପ । ଟେଲିକମ୍ ଅଥରିଟି ତରଫରୁ ଏଥିପାଇଁ ସମସ୍ତ ଫର୍ମକୁ ନିର୍ଦ୍ଦେଶ ଜାରି କରାଯାଇଛି । ମେ ୧ ତାରିଖ ପୂର୍ବରୁ ଫୋନ କଲ୍ ଏବଂ ମେସେଜ ସର୍ଭିସରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସ୍ପାମ ଫିଲ୍ଟର ଲଗାଇବାକୁ ଟେଲିକମ୍ କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଥରିଟି । ତେବେ ଏହି ଫିଲ୍ଟର ୟୁଜର୍ସଙ୍କୁ ସ୍ପାମ କଲ୍ ଏବଂ ମେସେଜ ରୁ ରକ୍ଷା କରିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ । ନକଲି କଲ୍ ଏବଂ SMSକୁ ରୋକିବା ପାଇଁ ନିୟମ ଆଣିବାର ପ୍ଲାନ କରିଛି । ଯାହାଦ୍ୱାରା ୧୦ ଡିଜିଟ ମୋବାଇଲ ନମ୍ବରରେ ହେଉଥିବା ପ୍ରୋମୋସନାଲ କଲ୍ ଗୁଡିକୁ ବନ୍ଦ କରିବା ପାଇଁ ଦାବି ହୋଇଛି । ଏହାବ୍ୟତୀତ ଟ୍ରାଇ କଲର୍ ଆଇଡି ଫିଚର ମଧ୍ୟ ଆଣିବାକୁ ଯାଉଛି । ଏଥିରେ କଲ୍ କରୁଥିବା ବ୍ୟକ୍ତି ନାମ ସହିତ ଫଟୋ ମଧ୍ୟ ରହିବ ।

ତେବେ ଭାରତର ଲୋକପ୍ରିୟ ଟେଲିକମ୍ କମ୍ପାନୀ ଏୟାରଟେଲ ଏହି ଏଆଇର ନୂଆ ଫିଲ୍ଟର ପ୍ରଥମେ ଲାଗୁ କରିବ ବୋଲି କହିଛି । ସେପଟେ ଜିଓ ମଧ୍ୟ ଏହାର ସ୍ଥାପନାକୁ ନେଇ ଘୋଷଣା କରି ସାରିଛି । ତେବେ ଉଭୟ କମ୍ପାନୀ ଟ୍ରୁ-କଲର୍ ଆପ୍ ସହିତ ଆଲୋଚନା ଜାରି ରଖିଛନ୍ତି । କିନ୍ତୁ ପ୍ରାଇଭେସି ସମସ୍ୟା ଯୋଗୁଁ ଆପ୍ ତରଫରୁ କଲର୍ ଆଇଡି ଫିଚର ଲାଗୁ କରିବା ନେଇ ପଛଘୁଞ୍ଚା ଦେଉଥିବା ଦେଖାଯାଇଛି ।

Related Articles

Back to top button