ପ୍ରଦୂଷଣକୁ ରୋକିବା ପାଇଁ ଗୁରୁଗ୍ରାମର ଏକ ସୋସାଇଟିରେ କରାଯାଇଛି କୃତ୍ରିମ ବର୍ଷା

ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ମାତ୍ରା କ୍ରମାଗତ ଭାବେ ବଢିବାରେ ଲାଗିଛି । ବାୟୁ ଗୁଣବତ୍ତା ସୂଚକାଙ୍କ କ୍ରମାଗତ ଭାବରେ ବିପଜ୍ଜନକ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ପ୍ରଦୂଷଣକୁ ରୋକିବା ପାଇଁ ଗୁରୁଗ୍ରାମର ଏକ ସୋସାଇଟିରେ ଏକ ନିଆରା ପଦ୍ଧତି ଦେଖିବାକୁ ମିଳିଛି। ପ୍ରଦୂଷଣର ମୁକାବିଲା ପାଇଁ ସହରର DLF Primus ସୋସାଇଟି ‘କୃତ୍ରିମ ବର୍ଷା’ କରିଛି । ରେସିଡେଣ୍ଟ ୱେଲଫେୟାର ଆସୋସିଏସନ ପ୍ରେସିଡେଣ୍ଟ ଅଖଲ ଯାଦବ ମଧ୍ୟ ଏହା ନିଶ୍ଚିତ କରିଛନ୍ତି। ଆବଶ୍ୟକ ହେଲେ ପ୍ରତିଦିନ ଏହି ପଦ୍ଧତି ଅବଲମ୍ୱନ କରାଯିବ ବୋଲି ସେ ମତ ଦେଇଛନ୍ତି । ବର୍ତ୍ତମାନ ପ୍ରଦୂଷଣ କାରଣରୁ ଗୁରୁଗ୍ରାମର ଅବସ୍ଥା ସଙ୍ଗୀନ ହେବାକୁ ଲାଗିଛି । ଏହା ବ୍ୟତୀତ କେନ୍ଦ୍ର ସରକାର ମଧ୍ୟ ଦିଲ୍ଲୀ ଏନସିଆରରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ନିୟମ 2023 ରେ ସଂଶୋଧନ କରିବାକୁ ଘୋଷଣା କରିଛନ୍ତି।

ବର୍ତ୍ତମାନ ରାଜଧାନୀ ଦିଲ୍ଲୀ ବ୍ୟତୀତ ହରିୟାଣା ଏବଂ ପଞ୍ଜାବ ସହରରେ ମଧ୍ୟ ପ୍ରଦୂଷଣ ସ୍ଥିତି ବିଗିଡିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଗୁରୁଗ୍ରାମ ସୋସାଇଟି ଗୁରୁବାର ଦିନ ୩୨ ମହଲା ବିଶିଷ୍ଟ ଉଚ୍ଚ ଅଟ୍ଟାଳିକାରୁ କୃତ୍ରିମ ବର୍ଷା କରିଛି। ପ୍ରଦୂଷଣକୁ ନେଇ DLF Primus ସୋସାଇଟିର ଲୋକମାନେ ଏକତ୍ରିତ ହୋଇଥିଲେ । ଯାହା ପରେ କୃତ୍ରିମ ବର୍ଷା କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଏହି ସୋସାଇଟି ଗୁରୁଗ୍ରାମର ସେକ୍ଟର -82 ଅଧୀନରେ ରହିଛି । ଯେଉଁଠାରେ ରେସିଡେଣ୍ଟ ୱେଲଫେୟାର ଆସୋସିଏସନ (RWA) ପ୍ରଦୂଷଣର ମୁକାବିଲା ପାଇଁ ଏହି ଯୋଜନା କରିଥିଲା । ଏହି ଯୋଜନାରେ ୩୨ ମହଲା ବିଶିଷ୍ଟ ଉଚ୍ଚ ଅଟ୍ଟାଳିକାର ଫାୟାର ଲାଇନରୁ ସୋସାଇଟିରେ ପାଣି ଛଞ୍ଚନ କରାଯାଇଥିଲା ।ପ୍ରଦୂଷଣର କାରଣରୁ ଏପରି କୁତ୍ରିମ ବର୍ଷା କରାଯାଇଛି ବୋଲି ଆରଡବ୍ଲୁଏ ପ୍ରେସିଡେଣ୍ଟ ଅଖଲ ଯାଦବ କହିଛନ୍ତି। ଯଦି ଗୁରୁଗ୍ରାମରେ ଲଗାତାର ଭାବେ AQI ବୃଦ୍ଧି ପାଏ ତେବେ ସେମାନେ ପ୍ରତିଦିନ ଏପରି କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି । ଏହା ବ୍ୟତୀତ ପ୍ରଦୂଷଣକୁ ରୋକିବା ପାଇଁ ସେମାନେ କାର୍ ପୁଲ୍ ସମ୍ବନ୍ଧରେ ମଧ୍ୟ ଅନେକ ନିଷ୍ପତ୍ତି ନେଇଛନ୍ତି। ପ୍ରଦୂଷଣ ବନ୍ଦ କରିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ ଏଥିପାଇଁ ଜନସାଧାରଣଙ୍କୁ ମଧ୍ୟ ସମର୍ଥନ କରିବାର ଆବଶ୍ୟକତା ରହିଛି । ତେଣୁ ପ୍ରଦୂଷଣ ସମସ୍ୟାର ମୁକାବିଲା ପାଇଁ ଆମ ସମସ୍ତଙ୍କୁ ଏକାଠି କାମ କରିବାକୁ ପଡିବ ବୋଲି ସୋସାଇଟି ଲୋକ କହିଛନ୍ତି ।

Related Articles

Back to top button