
୮ ଅଗଷ୍ଟ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ ଅରବିନ୍ଦ କେଜ୍ରିୱାଲ
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୮ ଅଗଷ୍ଟ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ପଠାଯାଇଛି । ସେପର୍ଯ୍ୟନ୍ତ ସେ ତିହାର ଜେଲରେ ରହିବେ । ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ କରାଯାଇଥିଲା । ଅଭିଯୋଗ ରହିଛି ଯେ, ମଦ ଦୁର୍ନୀତିରେ ପରିବର୍ତ୍ତନ କରିବାର ପ୍ରୟାସ କରାଯାଇଥିଲା ।ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ରାଉଜ ଏଭେନ୍ୟୁ କୋର୍ଟ ୮ ଅଗଷ୍ଟ ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ତିହାର ଜେଲରୁ ଭିଡିଓ କନଫ୍ରେସିଙ୍ଗ ମାଧ୍ୟମରେ ଅରବିନ୍ଦ କେଜ୍ରିୱାଲ କୋର୍ଟ ସାମ୍ନାରେ ହାଜର ହୋଇଥିଲେ । ବର୍ତ୍ତମାନ ଅରବିନ୍ଦ କେଜ୍ରିୱାଲଙ୍କ ଶୁଣାଣି ଆଠ ଅଗଷ୍ଟରେ ହେବ । ସିବିଆଇ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲରେ ଗିରଫ କରିଥିଲା ।