ଦିଲ୍ଲୀରେ ହ୍ରାସ ପାଇଛି ପ୍ରଦୂଷଣର ପରିମାଣ , ସୋମବାରଠାରୁ ସମସ୍ତ ବିଦ୍ୟାଳୟଗୁଡ଼ିକ ଖୋଲାଯିବା ପାଇଁ ନିଆଯାଇଛି ନିଷ୍ପତ୍ତି

ଦିନକୁ ଦିନ ଭାରତର ରାଜଧାନୀ ଦିଲ୍ଲୀରେ ବଢ଼ିଚାଲିଥିଲା ବାୟୁ ପ୍ରଦୂଷଣ । ଯେଉଁ କାରଣରୁ ଦିଲ୍ଲୀରେ ଥିବା ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲଗୁଡିକୁ ବନ୍ଦ କରାଯାଇଥିଲା । ଗତ ଶନିବାର ସିଷ୍ଟମ୍ ଅଫ୍ ଏୟାର କ୍ୱାଲିଟି ଏବଂ ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନର ସୂଚନା ଅନୁସାରେ, ଦିଲ୍ଲୀରେ ବାୟୁ ପ୍ରଦୂଷଣର ପରିମାଣ ହ୍ରାସ ପାଇଛି । ଯାହାଫଳରେ ସୋମବାର ଦିନଠାରୁ ସମସ୍ତ ବିଦ୍ୟାଳୟଗୁଡ଼ିକ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ବାୟୁର ସ୍ଥିତି ପୂର୍ବ ଅପେକ୍ଷା ଏବେ ଉନ୍ନତଧରଣର ରହିଛି । ବିଦ୍ୟାଳୟଗୁଡ଼ିକ ଖୋଲାଯିବ କିନ୍ତୁ ଏକ ସପ୍ତାହ ପର୍ଯ୍ୟନ୍ତ କ୍ରୀଡା କାର୍ଯ୍ୟକଳାପ ଏବଂ ସଭା ଉପରେ ପ୍ରତିବନ୍ଧକ ଲଗାଯିବ। ଗତ କିଛି ଦିନ ପୂର୍ବରୁ ବାୟୁ ପ୍ରଦୂଷଣ ଏତେ ପରିମାଣରେ ବଢିଯାଇଥିଲା ଯେ, କୃତ୍ରିମ ବର୍ଷା ପାଇଁ ଯୋଜନା କରାଯାଉଥିବାବେଳେ ପ୍ରାକୃତିକ ବର୍ଷା ଆଶ୍ବସ୍ତି ଆଣିଥିଲା । କିନ୍ତୁ ଦୀପାବଳିରେ ବାଣ ଫୁଟେଇବା ଯୋଗୁ ପ୍ରଦୂଷଣର ପରିମାଣ ବଢିଯାଇଥିଲା । ଯାହା ଚିନ୍ତାର କାରଣ ପାଲଟିଥିଲା । ଏବେ କିନ୍ତୁ ଅତୀତ ସ୍ଥିତିରେ ପରିବର୍ତ୍ତନ ଆସିଛି ।

Related Articles

Back to top button