ଏସିଆନ ହକି ଚାମ୍ପିଅନ୍ସ ଟ୍ରଫି ୨୦୨୪ ମୁକାବିଲାରେ ପାକିସ୍ତାନକୁ ହରାଇଲା ଭାରତ

ଏସିଆନ ହକି ଚାମ୍ପିଅନ୍ସ ଟ୍ରଫି ୨୦୨୪ ମୁକାବିଲାରେ ପାକିସ୍ତାନକୁ ହରାଇଲା ଭାରତୀୟ ପୁରୁଷ ହକି ଦଳ। ୨-୧ଗୋଲରେ ପାକ୍‌‌ ଟିମକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଭାରତ। ଭାରତ ପାଇଁ ଦୁଇଟି ଗୋଲ କରିଛନ୍ତି ଅଧିନାୟକ ହରମନପ୍ରୀତ ସିଂହ। ଲିଗ୍‌‌ ପର୍ଯ୍ୟାୟରେ ସମସ୍ତ ୫ଟି ଯାକ ମ୍ୟାଚ ଜିତି ଫାଇନାଲକୁ ଉତୀର୍ଣ୍ଣ ହୋଇଛି ଭାରତ। ଯେତେବେଳେ ବି ଭାରତ-ପାକିସ୍ତାନ ଦଳ ମୁହାଁମୁହିଁ ହୋଇଥାନ୍ତି ମ୍ୟାଚ ରୋମାଞ୍ଚକର ହୋଇଥାଏ। ତେବେ ମ୍ୟାଚ ମଧ୍ୟରେ ପାକିସ୍ତାନର ଷ୍ଟାର ଖେଳାଳି ଅବୁ ମହମ୍ମଦ ଆହତ ହୋଇଛନ୍ତି।

Related Articles

Back to top button