ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ଶ୍ରୀନିବାସ ବିଭିଙ୍କ ବିରୋଧରେ ମାମଲା ରୁଜୁ କଲା ଆସାମ ପୋଲିସ

ଦିଶପୁର: ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ଶ୍ରୀନିବାସ ବିଭିଙ୍କ ବିରୋଧରେ ସଂଗୀନ ଦଫାରେ ମାମଲା ରୁଜୁ କଲା ପୁଲିସ। ଯାଞ୍ଚ ପାଇଁ କର୍ଣ୍ଣାଟକ ବି ଗଲା। ଶ୍ରୀନିବାସଙ୍କ ବିରୋଧରେ ଉତ୍ପୀଡ଼ନ ଅଭିଯୋଗ ଆଣି ଦଳରୁ ବହିଷ୍କାର ହୋଇଥିବା ଅଙ୍ଗକିତାଙ୍କ ଅଭିଯୋଗରେ ମାମଲା ରୁଜୁ କରିଛି ଆସାମ ଦିଶପୁର ପୁଲିସ। ମାମଲାର ତଦନ୍ତ ପାଇଁ ପୁଲିସର ଏକ ଟିମ୍ କର୍ଣ୍ଣାଟକ ଯାଇଛି। ଏହି ମାମଲାରେ ପୁଲିସ ଦିଲ୍ଲୀ ଓ ରାୟପୁରକୁ  ବି ଯାଇ ତଦନ୍ତ କରିବ। ଏହି ମାମଲାରେ ଜାତୀୟ ମହିଳା କମିଶନ ମଧ୍ୟ ଆସାମ ପୁଲିସକୁ ଚିଠି ପଠାଇଥିବା ସୂଚନା ମିଳିଛି।

ପୁଲିସ ସୂଚନା ଅନୁସାରେ, ଅଙ୍ଗକିତାଙ୍କ ଅଭିଯୋଗ ପରେ, ଦିଶପୁର ପୁଲିସ ଶ୍ରୀନିବାସଙ୍କ ବିରୋଧରେ ଆଇପିସି ଧାରା ୫୦୯, ୨୯୪,୩୪୧,୩୫୨,୩୫୪/୩୫୪ଏ(ଆଇଭି),୫୦୬ ଓ ଆଇଟି ଆକ୍ଟର ୬୭ ମାମଲା ରୁଜୁ କରିଛି।

ତେବେ ଏହା ପୂର୍ବରୁ ଗତକାଲି ଅଙ୍ଗକିତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛି କଂଗ୍ରେସ।। ଅଙ୍ଗକିତା ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

Related Articles

Back to top button