ଷ୍ଟେଜ ଶୋ’ କରୁଥିବା ସମୟରେ ଗାୟକ ସୋନୁ ନିଗମଙ୍କ ଉପରେ ଆକ୍ରମଣ

ମୁମ୍ବାଇ: ବଲିଉଡ ଗାୟକ ତଥା କିମ୍ବଦନ୍ତୀ କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ତାଙ୍କ ବନ୍ଧୁ ରବାନୀ ମୁସ୍ତଫା ଖାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଏକ ଶୋ’ କରୁଥିବା ସମୟରେ ଏହି ଆକ୍ରମଣ ହୋଇଛି। ସୋନୁ ନିଗମଙ୍କ ବନ୍ଧୁ ରବାନୀ ମୁସ୍ତଫା ଖାନ ଏଥିରେ ଆହତ ହୋଇଛନ୍ତି। ରବାନୀ ମୁସ୍ତଫାଙ୍କୁ ଡାକ୍ତରଖାନା ନିଆଯିବା ପରେ ସୋନୁ ନିଗମ ମଧ୍ୟ ତାଙ୍କ ସହ ଯାଇଥିଲେ। ତେବେ ଏହି ଘଟଣାରେ କୌଣସି ଏଫଆଇଆର ଦାଖଲ ହୋଇନାହିଁ କିନ୍ତୁ ଘଟଣା ବାବଦରେ ମୁମ୍ବାଇ ପୋଲିସ ଅଧିକ ତଦନ୍ତ କରୁଥିବା ସୂଚନା ରହିଛି।

ଆହତ ରବାନୀ ମୁସ୍ତଫା ଖାନ ହେଉଛନ୍ତି ସ୍ୱର୍ଗତ ଉସ୍ତାଦ୍ ଗୁଲାମ ମୁସ୍ତଫା ଖାନଙ୍କ ପୁଅ। ଯିଏକି ସୋନୁ ନିଗମଙ୍କ ପରାମର୍ଶଦାତା। ରବାନୀ ମୁସ୍ତଫା ଏବଂ ସୋନୁ ନିଗମ ଘନିଷ୍ଠ ବନ୍ଧୁ ବୋଲି କୁହାଯାଏ। ସୂଚନାନୁସାରେ, ଉଦ୍ଧବ ଠାକରେ କ୍ୟାମ୍ପର ବିଧାୟକ ପ୍ରକାଶ ଫାଟରପେକରଙ୍କ ସହ ତାଙ୍କ ସହଯୋଗୀମାନେ ସୋନୁ ନିଗମ ଏବଂ ଖାନଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ସୋନୁ ନିଗମଙ୍କୁ ଠେଲି ଦିଆଯାଇଥିଲା ତେଣୁ ସେ ସାମାନ୍ୟ ଆହତ ହୋଇଛନ୍ତି।

Related Articles

Back to top button