ଏଏସଆଇ ସର୍ଭେ ରିପୋର୍ଟ : ଜ୍ଞାନବାପୀ ମସଜିଦ ପରିସରରେ ଅଛି ହିନ୍ଦୁ ମନ୍ଦିର

ଜ୍ଞାନବାପୀ ମସଜିଦ ପରିସରରେ ଅଛି ହିନ୍ଦୁ ମନ୍ଦିର। ଏଏସଆଇ ସର୍ଭେ ରିପୋର୍ଟ ଅନୁସାରେ ଉତ୍ତରପ୍ରଦେଶ ବାରଣାସୀ ଜ୍ଞାନବାପୀ ମସଜିଦ ପୂର୍ବରୁ ସେଠାରେ ଥିଲା ବଡ ହିନ୍ଦୁ ମନ୍ଦିର। ସର୍ଭେରୁ ଜଣାପଡିଛି ଯେ ମସଜିଦର ସମସ୍ତ ଖମ୍ବ ପ୍ରଥମେ ହିନ୍ଦୁ ମନ୍ଦିରର ଥିଲା। ଏହାପରେ ଏଗୁଡିକୁ ରୂପାନ୍ତରଣ କରାଯାଇ ମସଜିଦରେ ବ୍ୟବହାର କରାଯାଇଛି। ଏହାପରେ ଏହାକୁ ନେଇ ସାରା ଦେଶରେ ବେଶ ଚର୍ଚ୍ଚା ଚାଲିଛି। ତେବେ ଆଇନଜୀବୀ ବିଷ୍ଣୁଶଙ୍କର ଜୈନଙ୍କ ସୂଚନା ଅନୁଯାୟୀ ଜ୍ଞାନବାପୀ ମସଜିଦ ସ୍ଥାପନ ହେବା ପୂର୍ବରୁ ସେଠାରେ ହିନ୍ଦୁ ମନ୍ଦିର ଥିଲା ବୋଲି ଏହାର ୩୨ ଟି ପ୍ରମାଣ ରହିଛି। ଏବେ ଦେଖିବାକୁ ବାକି ରହିଲା ଯେ ଏହି ରିପୋର୍ଟ ଆସିବା ପରେ ଏହାକୁ ନେଇ ଉତ୍ତରପ୍ରଦେଶରେ କ’ଣ ଘଟୁଛି।

Related Articles

Back to top button