ଅମରନାଥ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ରିୟଲ ଟାଇମ୍ ଟ୍ରାକିଙ୍ଗ ସୁବିଧା

ନୂଆଦିଲ୍ଲୀ: ଆସନ୍ତା ଜୁଲାଇରୁ ଆରମ୍ଭ ହେବ ଆମରନାଥ ଯାତ୍ରା । ୩୧ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ ଯାତ୍ରା । ତେବେ ଅମରନାଥ ଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ତୀର୍ଥଯାତ୍ରୀ ପାଇଁ ସମସ୍ତ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଜାମ୍ମୁ-କାଶ୍ମୀରରୁ ସମ୍ପୂର୍ଣ୍ଣ ତୀର୍ଥଯାତ୍ରା ମାର୍ଗକୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ କହିଛନ୍ତି । ଶୁକ୍ରବାର ଏକ ଉଚ୍ଚ ସ୍ତରୀୟ ବୈଠକ ଡାକି କେନ୍ଦ୍ର ସରକାର, ସେନା ଓ ଜାମ୍ମୁ-କାଶ୍ମୀର ପ୍ରାଶାନିକ ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି ।

ଦକ୍ଷିଣ କାଶ୍ମୀରରେ ହିମାଳୟର ୩,୮୮୦ମିଟର ଉଚ୍ଚତାରେ ଅରମନାଥଙ୍କ ପବିତ୍ର ଗୁମ୍ଫାରେ ବିରାଜମାନ ହୋଇଥିବା ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ୬୨ ଦିବସୀୟ ବାର୍ଷିକ ଯାତ୍ରା ଜୁଲାଇରୁ ଆରମ୍ଭ ହେବ । କାଶ୍ମୀରରୁ ଦୁଇଟି ରାସ୍ତାରେ ତୀର୍ଥଯାତ୍ରୀମାନେ ଯାତ୍ରା କରିପାରବେ । ବାଲଟାଲ ଓ ପହଲଗାମ ଦେଇ ଯାତ୍ରା କରିବାକୁ କୁହାଯାଇଛି । ଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କୁ ଆରଏଫଆଇଡି ଦିଆଯିବ । ଏହାଦ୍ବାରା ରିୟଲ ଟାଇମ୍ ଏବଂ ଲୋକେସନ ଅନୁମାନ ଲଗାଇ ପାରିବେ । ସେହିପରି ଶ୍ରଦ୍ଧାଳୁଙ୍କ ପାଇଁ ୫ଲକ୍ଷ ଟଙ୍କାର ଜୀବନବୀମା ଦିଆଯିବ । ତୀର୍ଥଯାତ୍ରୀଙ୍କ ସହିତ ଯାଉଥିବା ଗୃହପାଳିତ ପଶୁଙ୍କ ପାଇଁ ୫୦ ହଜାର ଟଙ୍କାର ବୀମା ରହିବ ।

ସେହିପରି ତୀର୍ଯଯାତ୍ରୀଙ୍କ ପାଇଁ ଜାମ୍ମୁ-କାଶ୍ମୀରରେ ରାତ୍ରୀରେ ବିମାନ ସେବା ଯୋଗାଇ ଦିଆଯିବ । ବିମାନ ବନ୍ଦର ଓ ରେଲଓ୍ବେ ଷ୍ଟେସନରେ ଶ୍ରଦ୍ଧାଳୁଙ୍କ ପାଇଁ ବିଶ୍ରାମଗାର ବ୍ୟବସ୍ଥା ରହିବ । ଅମରନାଥ ଯାତ୍ରୀ ମାର୍ଗରେ ଭକ୍ତ ପାଇଁ ମେଡିକାଲ ଅକ୍ସିଜେନ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦିଆଯିବ । ସେହିପରି ସ୍ଥାନେ ସ୍ଥାନେ ରିଫିଲିଂ ବ୍ୟବସ୍ଥା ମଧ୍ୟ ରହିବ । ତୀର୍ଥଯାତ୍ରାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଅତିରିକ୍ତ ଡାକ୍ତର ଟିମ୍ ନିୟୋଜିତ ରହିବେ । ରୋଗୀଙ୍କୁ ନେବା ଆଣିବା ପାଇଁ ଆମ୍ବିଲାନ୍ସ ଓ ହେଲିକପ୍ଟର ନିୟୋଜିତ ହେବ । ଯାତ୍ରା ସମୟରେ ସ୍ଥାନେ ସ୍ଥାନେ ବିଶ୍ରାମଗାରା ଏବଂ ଏଥିରେ ବିଜୁଳି ବ୍ୟବସ୍ଥା ଯୋଗାଇ ଦିଆଯିବ ।

ଅନ୍ୟପଟେ ମନ୍ଦିର ବୋର୍ଡ ପକ୍ଷରୁ ବିସ୍ତୃତ ଭାବେ ଭୋଜନ ମେନ୍ୟୁ ପ୍ରସ୍ତୁତ କରାଯାଇଛି । ତୀର୍ଥଯାତ୍ରୀଙ୍କ ପାଇଁ ଭୋଜନ ପ୍ରସ୍ତୁତ କରୁଥିବା ସଂସ୍ଥା, ଦୋକନୀ, ଲଙ୍ଗର ବାଣ୍ଟୁଥିବା ସଂସ୍ଥା, ଫ୍ରୁଡ୍ ଷ୍ଟଲ୍ ଓ ଅନ୍ୟ ଖାଦ୍ୟ ପ୍ରସ୍ତୁତକାରୀ ସଂସ୍ଥା ଉପରେ ଏହି ଗାଇଡଲାଇନ୍ ଲାଗୁ ହୋଇଛି । ୧୪ କିଲୋମିଟର ଚ୍ୟାଲେଞ୍ଜ ପୂର୍ଣ୍ଣ ଯାତ୍ରା ସମୟରେ ଅସ୍ବାସ୍ଥ୍ୟକର ଖାଦ୍ୟ ଠାରୁ ଶ୍ରଦ୍ଧାଳୁଙ୍କୁ ଦୂରେଇ ରଖିବାକୁ ଏହି ପଦକ୍ଷେପ ଉଠାଯାଇଛି ।

ମେନ୍ୟୁରେ କିଛି ଖାଦ୍ୟକୁ ବାଦ୍ ଦିଆଯାଇଛି । ଅମରନାଥ ତୀର୍ଥଯାତ୍ରୀଙ୍କୁ କୋଲ୍ଡ ଡ୍ରିଙ୍ଗ୍ସ, କୁରକୁରେ, ସ୍ନାକ୍ସ, ଡିପ୍ ଫ୍ରାଈ ଏବଂ ଫାଷ୍ଟ ଫୁଡ୍ ଆଈଟମ୍, ଜଲେବୀ, ପୁରୀ, କାବୁଲି ବୁଟ ଏବଂ ସମୋସାକୁ ଖାଇବାକୁ ବାରଣ କରାଯାଇଛି ।

Related Articles

Back to top button