ସମାଜବାଦୀ ପାର୍ଟିର ନେତା ଆଜମ ଖାଁଙ୍କ ପୁଅ ଅବଦୁଲ୍ଲାଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ନେତା ଆଜମ ଖାଁଙ୍କ ଅଡୁଆ କମିବାରେ ନାମ ଧରୁନି । ବୁଧବାର ତାଙ୍କ ପୁତ୍ର ଅବଦୁଲ୍ଲା ଆଜମ ଖାଁଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ ହୋଇଛି । ୧୫ ବର୍ଷ ତଳର ଏକ ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୁଆର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ଅବଦୁଲ୍ଲାଙ୍କ ସଦସ୍ୟତା ପଦ ଦ୍ୱିତୀୟ ଥର ପାଇଁ ରଦ୍ଦ ହୋଇଛି । ୨୦୦୮ରେ ଆଜମ ଏବଂ ଅବଦୁଲ୍ଲା ଜଣେ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ସହ ଦୁର୍ବବ୍ୟହାର କରିଥିଲେ । ସେମାନେ କାରରେ ଯାଉଥିବା ବେଳେ ପୋଲିସ ଚେକିଂ ପାଇଁ ସେ ଏହାକୁ ଅଟକାଇ ଥିଲେ ।

ଏଥିରେ ରାଗିଯାଇ ସେମାନେ ଉକ୍ତ ସରକାରୀ କର୍ମଚାରୀଙ୍କ ମାଡ ମାରିଥିଲେ । ଏହି ଘଟଣାରେ ଉଭୟଙ୍କୁ ୨ ବର୍ଷ ଜେଲ ହୋଇଥିଲା । ପରେ ସେମାନେ ଜାମିନରେ ମୁକୁଳିଥିଲେ । ଅଖିଳେଶ ଯାଦବଙ୍କ ପାର୍ଟିକୁ ଏଥିସହ ଏକ ବଡ ଧକ୍କା ଲାଗିଛି । ପୂର୍ବରୁ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗରେ ଆଜମ ଖାଁ କଲବଲ ହେଉଛନ୍ତି ।

Related Articles

Back to top button