
ବି. ସୁଦର୍ଶନ ରେଡ୍ଡୀଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି ଇଣ୍ଡିଆ ମେଣ୍ଟ
ଉପରାଷ୍ଟ୍ରପତି ପାଇଁ ପ୍ରାର୍ଥୀ ଘୋଷଣା କରିଛି ଇଣ୍ଡିଆ ମେଣ୍ଟ । ବି. ସୁଦର୍ଶନ ରେଡ୍ଡୀଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି ଇଣ୍ଡିଆ ମେଣ୍ଟ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଏନଡିଏ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ କରିଛି ପ୍ରାର୍ଥୀ । ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।
ଏନଡିଏର ଉପାଧ୍ୟକ୍ଷ ପ୍ରାର୍ଥୀ ସିପି ରାଧାକୃଷ୍ଣନ୍ ସୋମବାର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଅନେକ ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ ।୧୯୪୭ ଜୁଲାଇ ୮ ତାରିଖରେ ସୁଦର୍ଶନଙ୍କ ଜନ୍ମ । ସୁଦର୍ଶନ ଓସମାନିଆ ବିଶ୍ୱବିଦ୍ୟାଳୟର ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି । ୧୯୯୫ ମେ ୨ ତାରିଖରେ ଆନ୍ଧ୍ର ହାଇକୋର୍ଟର ସ୍ଥାୟୀ ବିଚାରପତି ଥିଲେ ସୁଦର୍ଶନ । ୧୯୭୧ ଡିସେମ୍ବର ୨୭ରେ ଆନ୍ଧ୍ରପ୍ରଦେଶ ବାର କାଉନସିଲରେ ଓକିଲ ଥିଲେ ସୁଦର୍ଶନ ରେଡ୍ଡୀ । ଓକିଲାତି ବେଳେ ଆନ୍ଧ୍ର ହାଇକୋର୍ଟ ରିଟ୍ ଓ ସିଭିଲ୍ ମାମଲାରେ ଅଭ୍ୟାସ କରୁଥିଲେ । ୧୯୮୮-୯୦ ପର୍ଯ୍ୟନ୍ତ ସୁଦର୍ଶନ ହାଇକୋର୍ଟରେ ସରକାରୀ ଓକିଲ ଭାବେ କାର୍ଯ୍ୟ କରୁଥିଲେ । ୧୯୯୦ ମଧ୍ୟରେ ମାସ କେନ୍ଦ୍ର ସରକାରଙ୍କ ଅତିରିକ୍ତ ସ୍ଥାୟୀ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି ।