
ପିଲାମାନଙ୍କୁ ନିରାପଦ ଏବଂ ଉପଯୁକ୍ତ ଡିଜିଟାଲ୍ ସହାୟତା ପ୍ରଦାନ କରିବା ପାଇଁ ଆସିବ ‘ବେବି ଗ୍ରୋକ୍’
ଏଲନ ମସ୍କଙ୍କ ଆରର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଷ୍ଟାର୍ଟଅପ xAI ଏବେ ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର AI ଚାର୍ଟବଟ୍ ‘ବେବି ଗ୍ରୋକ୍’ ଉପରେ କମ କରୁଛି । ମସ୍କ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X ଜରିଆରେ ଏହି ନୂତନ ପ୍ରୋଜେକ୍ଟ ବିଷୟରେ ସୂଚନା ଦେଇଛନ୍ତି । xAI ପ୍ରଥମ ଥର ପାଇଁ ଛୋଟ ଛୁଆଙ୍କୁ ଧ୍ୟାନରେ ରଖି ଏହି ଟୁଲ୍ ତିଆରି କରୁଛି ।ବର୍ତ୍ତମାନ ‘ବେବି ଗ୍ରୋକ୍’ ଉପରେ ସେମିତି କିଛି ବିଶେଷ ତଥ୍ୟ ସାମ୍ନାକୁ ଆସି ନାହିଁ । ମସ୍କ କହିଛନ୍ତି ଯେ ପୂର୍ବରୁ ଥିବା ଚର୍ଟବଟ୍ ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ନିରାପଦ ଏବଂ ଉପଯୁକ୍ତ ଡିଜିଟାଲ୍ ସହାୟତା ପ୍ରଦାନ କରିବା ।
ବେବି ଗ୍ରୋକ୍ ଏକ AI ଚାଟବଟ୍ ଯାହା ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି। ଏହା ପିଲାମାନଙ୍କୁ ସେମାନଙ୍କ ବୟସ ଅନୁସାରେ ଉତ୍ତର ଦେବ ଏବଂ ସେମାନଙ୍କୁ ବୟସ୍କ କିମ୍ବା ବିବାଦୀୟ ବିଷୟଗୁଡ଼ିକରୁ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷା ଦେବ। ଏହାର ଉଦ୍ଦେଶ୍ୟ ହେଉଛି ପିଲାମାନେ ଏକ ସୀମିତ, ସୁରକ୍ଷିତ ଏବଂ ଶିକ୍ଷଣୀୟ ଡିଜିଟାଲ୍ ପରିବେଶରେ ଯୋଗାଯୋଗ କରିପାରିବେ।
ବେବି ଗ୍ରୋକ୍ ର ମୁଖ୍ୟ ବୈଶିଷ୍ଟ୍ୟ
ଏହା ବୟସ ଅନୁକୂଳ ବିଷୟବସ୍ତୁ ପ୍ରଦାନ କରିପାରିବ ଏବଂ ଆପତ୍ତିଜନକ ବିଷୟଗୁଡ଼ିକୁ ଫିଲ୍ଟର କରିପାରିବ
ଅଭିଭାବକ ନିୟନ୍ତ୍ରଣ ବୈଶିଷ୍ଟ୍ୟଗୁଡ଼ିକ, ଯାହା ଦ୍ଵାରା ପିତାମାତା ଚାଟ୍ ର ହିଷ୍ଟ୍ରି ଦେଖିପାରିବେ ଏବଂ ନିରୀକ୍ଷଣ କରିପାରିବେ
ପିଲାମାନଙ୍କ ପାଇଁ ଆରାମଦାୟକ ଏକ ସରଳ ୟୁଜର ଇଣ୍ଟରଫେସ୍
ଏହି ପଦକ୍ଷେପ ମାଧ୍ୟମରେ, xAI କେବଳ ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ AI ପ୍ଲାଟଫର୍ମ ସୃଷ୍ଟି କରିବ ନାହିଁ, ବରଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଡିଜିଟାଲ୍ ସୁରକ୍ଷାରେ ନିଜକୁ ପ୍ରତିଷ୍ଠିତ କରିବ।