ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି : ଆସନ୍ତା ଦୁଇଦିନ ବଢ଼ିବ ବର୍ଷା

ଆଜି ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମ୍ ରହିଛି । ଆସନ୍ତା ୨ ଦିନ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଛି। ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ଘଡଘଡି ସହ ବର୍ଷା ସହିତ ଦଲକା ପବନ ବହିବା ନେଇ ସୂଚନା ମିଳିଛି । କାଲି ବର୍ଷାର ପରିମାଣ ବଢିପାରେ ବୋଲି କହିଛନ୍ତି ପାଣିପାଗ ବିଭାଗ ନିର୍ଦ୍ଦେଶିକା । ବର୍ଷା ହେବା ଫଳରେ ରାଜ୍ୟରେ ଆରମ୍ଭ ହୋଇଯାଇଥିବା ତାତିରେ ଲାଗିବ ସାମୟିକ ବ୍ରେକ୍ ।

Related Articles

Back to top button