ବେଙ୍ଗାଲୁରୁରେ ବନ୍ୟା: ରାସ୍ତାଘାଟ ଜଳମଗ୍ନ

ବେଙ୍ଗାଲୁରୁ: ପୁଣି ବେଙ୍ଗାଲୁରୁରେ ଉପୁଜୁଛି ବନ୍ୟା ପରିସ୍ଥିତି। ବୁଧବାର ବେଙ୍ଗାଲୁରୁରେ ପୁଣି ପ୍ରବଳ ବର୍ଷା ହୋଇଛି। ଫଳରେ ରାସ୍ତାଘାଟ  ଜଳମଗ୍ନ ହୋଇଛି। ଅନେକ ସ୍ଥାନରେ କାନ୍ଥ ଭୁଷୁଡ଼ି ପଡ଼ିଥିବାର ଦେଖାଯାଇଛି। ସେପଟେ ପାଣିପାଗ ଆସନ୍ତା ୫ ଦିନ ପାଇଁ ୟୋଲୋ ଓ୍ୱାର୍ଣ୍ଣିଙ୍ଗ ଜାରି କରିଛନ୍ତି।

ଆଇଟି ହବ୍ କୁହାଯାଉଥିବା ବେଙ୍ଗାଲୁରୁରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଥିଲା। ସହରର  ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିଲ। ବନ୍ୟା ଯୋଗୁଁ ଲୋକମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଲୋକମାନେ ଟ୍ରାକ୍ଟରରେ ବସି କାମକୁ ଯିବାର ଦେଖାଯାଇଥିଲା। ଏବେ ଦୀପାବଳି ପୂର୍ବରୁ ପୁଣି ଥରେ ବେଙ୍ଗାଲୁରୁରେ ସେହିଭଳି ପରିସ୍ଥିତି ଉପୁଜିଛି।

ଫଳରେ ବେଙ୍ଗାଲୁରୁରେ ଦୀପାବଳି ଧୋଇଯିବା ନେଇ ଆଶଙ୍କା କରାଯାଉଛି। ବେଙ୍ଗାଲୁରୁ ବ୍ୟତୀତ କର୍ଣ୍ଣାଟକର ଅନେକ ଭାଗରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି। ଗତ ସପ୍ତାହରେ ବେଙ୍ଗାଲୁରୁରେ ବର୍ଷାର ପୁରୁଣା ରେକର୍ଡ ଭାଙ୍ଗିଛି। ଗତ ସପ୍ତାହରେ କର୍ଣ୍ଣାଟକରେ ପ୍ରବଳ ବର୍ଷା ଯୋଗୁଁ ୧୩ ଲୋକଙ୍କ ଜୀବନ ଯାଇଥିଲା।

୧୩ ଅକ୍ଟୋବରରେ ସିଏମ ବସବରାଜ ବୋମ୍ମଇ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ ଏବଂ ଉଦ୍ଧାର କାର୍ଯ୍ୟ ତ୍ବରାନିତ୍ବ କରିବା ପାଇଁ ନିର୍ଦେ୍ଦଶ ଦେଇଥିଲେ। ଏହାରି ମଧ୍ୟରେ ପାଣିପାଗ ବିଭାଗ କର୍ଣ୍ଣାଟକ ବ୍ୟତୀତ ତାମିଲନାଡୁ, ପୁଡୁଚେରୀ, କେରଳ ଭଳି ଦକ୍ଷିଣ ରାଜ୍ୟଙ୍କୁ ମଧ୍ୟ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି। ବିଭାଗ ତରଫରୁ କୁହାଯାଇଛି ଯେ ୧୯ ରୁ ୨୨ ଅକ୍ଟୋବର ସମୟରେ ଏହି ଅଞ୍ଚଳରେ ବର୍ଷା ହେବ।

Related Articles

Back to top button