
ନଭେମ୍ଵର ୧୯ରେ ଦିନିକିଆ ବ୍ୟାଙ୍କ ଧର୍ମଘଟ, ପ୍ରଭାବିତ ହୋଇପାରେ ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ ସେବା
ନୂଆଦିଲ୍ଲୀ: ଯଦି ନଭେମ୍ଵର ୧୯ ଅର୍ଥାତ ଶନିବାର ବ୍ୟାଙ୍କ ସମ୍ବନ୍ଧିତ ଜରୁରୀ କାର୍ଯ୍ୟ ରହିଛି ତେବେ ପୂର୍ବରୁ ସାରି ଦିଅନ୍ତୁ। କାରଣ ଏହି ଦିନ ସମଗ୍ର ଦେଶର ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇପାରେ। ଆଗାମୀ ନଭେମ୍ବର ୧୯ରେ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀ ଷ୍ଟ୍ରାଇକରେ ଯିବେ। ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ(AIBEA) ନଭେମ୍ବର ୧୯ରେ ଦିନିକିଆ ବ୍ୟାଙ୍କ ଧର୍ମଘଟର ଆହ୍ଵାନ ଦେଇଛନ୍ତି।
ଧର୍ମଘଟରେ ଏଟିଏମ ସହିତ ସମସ୍ତ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହେବ। ସାର୍ବଜନୀନ ସେକ୍ଟରର ବ୍ୟାଙ୍କ ଅଫ ବରୋଦା ସେୟାର ବଜାରକୁ ସୂଚିତ କରାଯାଇଛି ଯେ, ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସଂପାଦକ ଭାରତୀୟ ବ୍ୟାଙ୍କ ଆସୋସିଏସନ ଷ୍ଟ୍ରାଇକର ନୋଟିସ୍ ଦେଇଛନ୍ତି। ନୋଟିସ୍ରେ ଉଲ୍ଲେଖ ରହିଛି ଯେ, ଏଆଇବିଇଏର ସଦସ୍ୟ ନିଜ ଦାବିକୁ ନେଇ ନଭେମ୍ବର ୧୯ ତାରିଖରେ ହଡତାଳ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ବ୍ୟାଙ୍କର ଅଧିକାରୀ କହିଛନ୍ତି, ହଡତାଳ ଦିନ ବ୍ୟାଙ୍କର ଶାଖା ଏବଂ ଅଫିସର କାମ ସ୍ଵାଭାବିକ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ଉଠାଯାଉଛି। ଯଦି ହଡତାଳ ବ୍ୟାପକ ହୁଏ ତେବେ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇପାରେ।