ଜୁଲାଇରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ

ଯଦି ବ୍ୟାଙ୍କ ସମ୍ବନ୍ଧିତ ଜରୁରୀ କାମ ରହିଛି ତେବେ ଆପଣ ଦେଖି ନିଅନ୍ତୁ ଛୁଟିର ସଂପୂର୍ଣ୍ଣ ତାଲିକା

ଆସନ୍ତା ଜୁଲାଇ ମାସରେ ରଥ ଯାତ୍ରା ଏବଂ ବକରିଦ୍ ପରି ବଡ ଉତ୍ସବ ପଡୁଛି । ଏମିତିରେ ଆପଣଙ୍କ ଯଦି ବ୍ୟାଙ୍କ ସମ୍ବନ୍ଧିତ ଜରୁରୀ କାମ ରହିଛି ତେବେ ଆପଣ ଏହି ଖବର ଜାଣି ରଖିବା ଉଚିତ୍ । ଜୁଲାଇ ମାସରେ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ ଜୁଲାଇ ମାସ ପାଇଁ ବ୍ୟାଙ୍କ ଛୁଟିର ତାଲିକା ଜାରି କରିଛନ୍ତି । ଏହି ତାଲିକା ମୁତାବକ ଆସନ୍ତା ମାସରେ ୧୪ ବ୍ୟାଙ୍କ ବନ୍ଦ ରହିବ । ଏଥିରେ ଦ୍ୱିତୀୟ, ଚତୁର୍ଥ ଶନିବାର ଏବଂ ରବିବାରର ସାପ୍ତାହିକ ଛୁଟି ମଧ୍ୟ ସାମିଲ୍ ।

ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ବ୍ୟାଙ୍କଗୁଡିକରେ ଅଲଗା ଅଲଗା ଦିନ ଛୁଟି ରହିଥାଏ। ଏମିତି ଅନେକ ଛୁଟି ରହିଛି ଯାହା କୌଣସି ରାଜ୍ୟ କିମ୍ବା ସ୍ଥାନୀୟ ଅଞ୍ଚଳ ସହ ସମ୍ବନ୍ଧିତ ରହିଛି। ଏଥିପାଇଁ ବ୍ୟାଙ୍କର ଛୁଟି ରାଜ୍ୟ ହିସାବରେ ହୋଇଥାଏ। ସବୁ ଛୁଟି ସମସ୍ତ ରାଜ୍ୟ ଉପରେ ଲାଗୁ ହୁଏ ନାହିଁ। ଯଦି ଆପଣଙ୍କୁ ବ୍ୟାଙ୍କ ସମ୍ବନ୍ଧିତ କୌଣସି ଜରୁରୀ କାମ ସାରିବାକୁ ଅଛି ତେବେ ନିଶ୍ଚୟ ଆପଣ ଛୁଟି ତାଲିକା ଥରୁଟିଏ ଦେଖି ନିଅନ୍ତୁ।

ଦେଖି ନିଅନ୍ତୁ ଛୁଟି ତାଲିକା
ଜୁଲାଇ ୧- ରଥ ଯାତ୍ରା, ଓଡିଶାର ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।
ଜୁଲାଇ ୩- ରବିବାର, ସାପ୍ତାହିକ ଛୁଟି ।
ଜୁଲାଇ ୫- ମଙ୍ଗଳବାର, ଗୁରୁ ହରଗୋବିନ୍ଦ ସିଂହ ଜୀଙ୍କ ପ୍ରକାଶ ଦିବସ, ଜାମ୍ମୁ ଏବଂ କାଶ୍ମୀରରେ ବ୍ୟାଙ୍କ ବନ୍ଦ ରହିବ ।
ଜୁଲାଇ ୭ – ଖର୍ଚ୍ଚି ପୂଜା- ଅଗରତାଲାରେ ବ୍ୟାଙ୍କ ବନ୍ଦ ।
ଜୁଲାଇ ୯- ଶନିବାର, ମାସର ଦ୍ୱିତୀୟ ଶନିବାର, ବକରିଦ ।
ଜୁଲାଇ ୧୦- ରବିବାର, ସାପ୍ତାହିକ ଅବକାଶ ।
ଜୁଲାଇ ୧୧- ଇଦ ଉଲ ଅଜା, ଜାମ୍ମୁ ଏବଂ ଶ୍ରୀନଗରେ ବ୍ୟାଙ୍କ ଛୁଟି ରହିବ ।
ଜୁଲାଇ ୧୩- ଭାନୁ ଜୟନ୍ତୀ, ଗ୍ୟାଙ୍ଗଟକରେ ବ୍ୟାଙ୍କ ବନ୍ଦ ରହିବ ।
ଜୁଲାଇ ୧୪- ବେନ ଡିଏନଖଲାମ, ସିଲଙ୍ଗରେ ବ୍ୟାଙ୍କ ବନ୍ଦ ରହିବ ।
ଜୁଲାଇ ୧୬- ହଲେଲା, ଡେରାଡୁନରେ ବ୍ୟାଙ୍କ ଛୁଟି ରହିବ ।
ଜୁଲାଇ ୧୭- ରବିବାର, ସାପ୍ତାହିକ ଛୁଟି ।
ଜୁଲାଇ ୨୩- ଶନିବାର, ମାସର ଚତୁର୍ଥ ଶନିବାର ।
ଜୁଲାଇ ୨୪- ରବିବାର, ସାପ୍ତାହିକ ଛୁଟି ।
ଜୁଲାଇ ୩୧- ରବିବାର, ସାପ୍ତାହିକ ଛୁଟି ।

Related Articles

Back to top button