ତାଜମହଲ ବୁଲିଲେ ମିସ୍‌ ୟୁନିଭର୍ସର ସୁପର କଣ୍ଟେଷ୍ଟରେ ସାମିଲ ଥିବା ୩୫ ଦେଶର ସୁନ୍ଦରୀ

ଲକ୍ଷ୍ନୌ: ତାଜମହଲ ସୁନ୍ଦରତାକୁ ଉପଭୋଗ କଲେ ୩୫ଟି ଦେଶର ସୁନ୍ଦରୀ । ଏହି କ୍ରମରେ ଏହି ତରୁଣୀମାନେ ତାଜମହଲର ଇତିହାସ ଓ ଏହାର କାରିଗରୀ ବିଷୟରେ ଜାଣିବାକୁ ପାଇଛନ୍ତି । ତାଜମହଲରେ ଏହି ୩୫ଟି ଦେଶର ସୁନ୍ଦରୀମାନେ ଫଟୋସୁଟ୍‌ ଓ ଭିଡିଓଗ୍ରାଫି ମଧ୍ୟ କରିଥିଲେ । ତାଜମହଲର ଦର୍ଶନ କରି ଏହାର ସୁନ୍ଦରତାର ଲୁପ୍ତ ଉଠାଇଛନ୍ତି ସୁନ୍ଦରୀଗଣ ।

ବର୍ତ୍ତମାନ ଦିଲ୍ଲୀରେ ଥଣ୍ଡା ପଡ଼ିବା ଆରମ୍ଭ ହୋଇଛି । ଏଥିପାଇଁ ବୁଧବାର କୁହୁଡ଼ି ମଧ୍ୟରେ ଆଗ୍ରାର ତାଜମହଲକୁ ଦେଖିବାକୁ କଷ୍ଟକର ହୋଇପଡ଼ୁଥିଲା । ସ୍ଥିତି ଏପରି ଥିଲା ଯେ ଏଠାରେ ଥିବା ରୟାଲ ଗେଟ୍‌ରୁ ତାଜମହଲ ଦେଖିବା ସମ୍ଭବପର ହୋଇପାରୁନଥିଲା । ସେଣ୍ଟ୍ରାଲ ଟ୍ୟାଙ୍କ୍‌ରୁ ମଧ୍ୟ ତାଜମହଲ ଦେଖାଯାଉନଥିବା । ଏହାସତ୍ତ୍ବେ ବୁଧବାର ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା ।

ମିସ୍‌ ୟୁନିଭର୍ସର ସୁପର କଣ୍ଟେଷ୍ଟରେ ସାମିଲ ଥିବା ୩୫ ଦେଶର ସୁନ୍ଦରୀ ମଧ୍ୟ ଆଜି ତାଜମହଲର ସୁନ୍ଦରତା ଦେଖିବାକୁ ପହଞ୍ଚିଥିଲେ । ଏଠାରେ ପ୍ରାୟ ୧ ଘଣ୍ଟା କାଳ ରହି ତାଜମହଲ ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସୁନ୍ଦରୀମାନେ ଫଟୋସୁଟ୍‌ କରୁଥିବା ମଧ୍ୟ ନଜର ଆସିଥିଲା । ସେପଟେ ସୁନ୍ଦରୀଙ୍କୁ ଦେଖି ପର୍ଯ୍ୟଟକ ମଧ୍ୟ ଉତ୍ସାହିତ ହୋଇପଡ଼ିଥିଲେ । ସକାଳ ୧୧ଟା ବେଳେ ତରୁଣୀମାନେ ତାଜମହଲରେ ପହଞ୍ଚିଥିଲେ । ମିସ୍‌ ୟୁନିଭର୍ସର ସୁପର କଣ୍ଟେଷ୍ଟର ଏକ ଅଂଶ ବିଶେଷ ଭାବରେ ଏମାନଙ୍କୁ ଆଜି ତାଜମହଲ ବୁଲିବାର ସୁଯୋଗ ମିଳିଥିଲା । ତାଜମହଲକୁ ଦେଖି ଖୁସି ଜାହିର କରିଥିଲେ ସମସ୍ତ ସୁନ୍ଦରୀ ।

Related Articles

Back to top button