
ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ହୋଇପଡିଛି ବେଙ୍ଗାଲୁରୁ
ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ହୋଇପଡିଛି ବେଙ୍ଗାଲୁରୁ ସହର । ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଫଳରେ ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଏପରିକି ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ଯେଉଁ ରାସ୍ତାରେ ଯାନବାହନ ଚାଳାଚଳ କରୁଥିଲା ସେହି ରାସ୍ତାରେ ଚାଲୁଛି ଲାଇଭ ବୋଟ । କେ ଆର୍ ପୁରମ୍ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ଜଳମଗ୍ନ । ଘଣ୍ଟା ଘଣ୍ଟା ଧରି ବର୍ଷା ହେବା ଯୋଗୁ ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏପରିକି ଟ୍ରାଫିକ ସମସ୍ୟା ଦେଖାଦେଇଛି । କିଛି ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡିଛି । ଡ୍ରେନେଜରେ ଅବ୍ୟବସ୍ଥା ଯୋଗୁ କିଛି ଲୋକଙ୍କ ଘରେ ପଶିଛି ପାଣି । କେ ଆର୍ ପୁରମ ବିଧାୟକ ଶ୍ରୀଯୁକ୍ତ ବସବ ରାଜ ବୁଲ୍ ଡୋଜର ଯୋଗେ ବୁଲିଲେ ଜଳମଗ୍ନ ହୋଇଥିବା ଅଞ୍ଚଳ ।ତେବେ ସୋମବାର ସକାଳ ସୁଦ୍ଧା ବେଙ୍ଗାଲୁରୁରେ ୧୦୫.୫ ମିମି ବର୍ଷା ରେକର୍ଡ ହୋଇଛି । ଏହାପୂର୍ବରୁ ରବିବାର ଦିନ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହୋଇଥିଲା । ବେଙ୍ଗାଲୁରୁର ପ୍ରମୁଖ ଅଞ୍ଚଳରେ ଜଳବନ୍ଦୀ ହୋଇ ରହିଛନ୍ତି ଲୋକ । ଆଜିର ବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଛି ।