ଦ୍ୱିତୀୟ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତକୁ ନେଇ ଆକ୍ଷେପ କରିଛନ୍ତି ଭଗବନ୍ତ ମାନ୍

ପଞ୍ଜାବର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ଭଗବନ୍ତ ମାନ ଲଗାତାର ଦ୍ୱିତୀୟ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତକୁ ନେଇ ଆକ୍ଷେପ କରିଛନ୍ତି । ମାନ ୨୦୧୫ରେ ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନ ଗସ୍ତ ଉଲ୍ଲେଖ କରି ବିବାଦୀୟ ବୟାନ ଦେଇଛନ୍ତି ।

ହାସ୍ୟ କଳାକାରରୁ ନେତା ହୋଇଥିବା ମାନ ଶୁକ୍ରବାର ବିଧାନସଭାରେ ପଞ୍ଜାବୀ ଭାଷାରେ କହିଛନ୍ତି ଯେ, ଏମିତି ଲାଗୁଛି ଯେବେ ପିଏମ ମୋଦୀ ନିଜର ବିମାନରେ ଉଡୁଥିବେ ସେ ତଳକୁ ଦେଖି ପଚାରୁଥିବେ ଯେ, ଏହା କେଉଁ ଦେଶ ? ତାଙ୍କୁ ଯେତେବେଳେ ଏହା ଏହି ଦେଶ ବୋଲି କୁହାଯାଉଥିବା ସେ କହୁଥିବେ ଚାଲ ଏଠି ଓହ୍ଲାଇ ପଡିବା । ଯେଉଁ ଦେଶକୁ ଆମେ ଯାଉଛନ୍ତି ସେଠାରେ ଘଣ୍ଟାଏ ବିଳମ୍ବରେ ପହଞ୍ଚିଲେ ଚଳିବ । ଏହିପରି ପ୍ରଧାନମନ୍ତ୍ରୀ ତାଙ୍କ ଇଚ୍ଛା ଅନୁସାରେ ନିଷ୍ପତ୍ତି ନେଉଥିବେ । ଏହି ଅନୁସାରେ ମୋଦୀ ପାକିସ୍ତାନରେ ଓହ୍ଲାଇଥିଲେ ।

ଏହା ପରେ ମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୦୨୫ରେ ତତ୍କାଳୀନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସହ ସାକ୍ଷାତ ପାଇଁ ଅଚାନକ ପାକିସ୍ତାନ ଯାତ୍ରାର ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ତ ଚୁଟକିରେ ପାକିସ୍ତାନ ଯିବାକୁ ନିଷ୍ପତ୍ତି ନେଇଥିଲେ । ସେଠାରେ ସେ ବିରିୟାନୀ ଖାଇଥିଲେ ଏବଂ ସ୍ୱଦେଶ ଫେରିଥିଲେ । ଆମେ ପାକିସ୍ତାନ ଯାଇ ପାରିବୁନି, ମାତ୍ର ସେ ଓହ୍ଲାଇ ପାରିବେ ।୨୦୧୫ରେ ପ୍ରଧାନମନ୍ତ୍ରୀ ରୁଷ ଯାତ୍ରା ସମୟରେ ଆଫଗାନିସ୍ତାନରେ କିଛି ସମୟ ରହିବା ପରେ ସ୍ୱଦେଶ ଫେରୁଥିଲେ । ଏହି ସମୟରେ ସେ ଅଚାନକ ପାକିସ୍ତାନରେ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲେ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା କରିଥିଲେ ବିରୋଧୀ ।

Related Articles

Back to top button