କଲେଜ ଶୌଚାଳୟରେ ପୋଷାକ ବଦଳାଉଥିଲେ, ଭୋପାଳରେ ଛାତ୍ରୀଙ୍କ MMS ଭିଡିଓ ଭାଇରାଲ

ସମ୍ପୃକ୍ତ ଛାତ୍ରୀ ମାନସିକ ଦୁଶ୍ଚିନ୍ତାରେ ପଡ଼ି ଘରୁ ନିଖୋଜ, ତଦନ୍ତ ପରେ ଛାତ୍ରୀ ଜଣଙ୍କୁ ଉଦ୍ଧାର କଲା ପୋଲିସ

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ପରି ଏକ ମାମଲା ସାମ୍ନାକୁ ଆସିଛି। ଗୋବିନ୍ଦପୁରାରେ ଅବସ୍ଥିତ ସରକାରୀ ଆଇଟିଆଇରେ ପଢୁଥିବା ଜଣେ ଛାତ୍ରୀ କଲେଜର ଶୌଚାଳୟରେ ପୋଷାକ ବଦଳାଉଥିଲେ। ଏହି ସମୟରେ ତାଙ୍କର କିଛି ସହକର୍ମୀମାନେ ଏହି ଦୃଶ୍ୟର ଏକ ଭିଡିଓ କରିଥିଲେ । ଆଉ ପରବର୍ତ୍ତୀ ସମୟରେ ଏହି ଭିଡିଓକୁ ଭାଇରାଲ କରିବାକୁ ଧମକ ଦେଇଥିଲେ । ଏହାକୁ ନେଇ ସମ୍ପୃକ୍ତ ଛାତ୍ରୀ ମାନସିକ ଦୁଶ୍ଚିନ୍ତାରେ ପଡ଼ି ଘରୁ ନିଖୋଜ ହୋଇଯାଇଛନ୍ତି । ତେବେ ଏହି ଘଟଣାଟି ଚଳିତ ମାସ ୧୭ ତାରିଖର ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ ଏହି ମାମଲାରେ ଆଇଟିଆଇରେ ପଢୁଥିବା ତିନି ଜଣ ଛାତ୍ରଙ୍କୁ ପୋଲିସ ପଚାରଉଚରା କରିବା ସହ ଜଣଙ୍କୁ ଅଟକ ରଖିଛି ।

ଭୋପାଳର ଅଶୋକା ଗାର୍ଡେନ୍ ପୋଲିସ୍ ଷ୍ଟେସନର ଦାୟିତ୍ୱରେ ଥିବା ଆଲୋକ ଶ୍ରୀବାସ୍ତବ କହିଛନ୍ତି ଯେ, ‘ଭୋପାଳର ପୋଲିସ୍ ଷ୍ଟେସନ ଅଞ୍ଚଳର ଜଣେ ଛାତ୍ରୀ ଅଶୋକା ବଗିଚାର ସରକାରୀ ଆଇଟିଆଇରୁ ଡିପ୍ଲୋମା କରୁଛନ୍ତି । ସେପ୍ଟେମ୍ବର 17ରେ ବିଶ୍ୱକର୍ମା ଜୟନ୍ତୀ ଅନୁଷ୍ଠାନରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମ ପରେ ଯେତେବେଳେ ଛାତ୍ରୀ ପୋଷାକ ବଦଳାଇବା ପାଇଁ ଶୌଚାଳୟରେ ପହଞ୍ଚିଥିଲେ, ସେତେବେଳେ ଛାତ୍ର ରାହୁଲ ଯାଦବ, ଖୁସବୋ ଠାକୁର ଏବଂ ଆୟାନ ତାଙ୍କର ଭିଡିଓ ଉତ୍ତୋଳନ କରିଥିଲେ। ଭିଡିଓ ପ୍ରସ୍ତୁତ କରିବା ପରେ ଅଭିଯୁକ୍ତ ଛାତ୍ରୀଙ୍କ ସାଙ୍ଗକୁ ଭିଡିଓ ଦେଖାଇ କହିଥିଲେ ଯେ ସେ ଛାତ୍ରୀଙ୍କଠାରୁ 7 ହଜାର ଟଙ୍କା ଆଣିବା ପାଇଁ । ଯଦି ଟଙ୍କା ଦିଆଯାଇନଥାଏ ତେବେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବ । ଯେତେବେଳେ ତାଙ୍କ ସାଙ୍ଗ ଛାତ୍ରୀଙ୍କୁ ଏହା କହିଲା, ସେତେବେଳେ ସେ ଚିନ୍ତାରେ ଭାଙ୍ଗି ପଡ଼ିଲେ ।’’

ଭିଡିଓ ରେକର୍ଡିଂ ହେବା ବିଷୟରେ ସୂଚନା ପାଇବା ପରେ ଛାତ୍ରୀ ଜଣକ ମାନସିକ ସ୍ତରରେ ବିବ୍ରତ ହୋଇପଡିଥିଲେ । ଏହାପରେ ଛାତ୍ରୀ ଜଣକ ଘରେ କାହାକୁ କିଛି ନ ଜଣାଇ ଘରୁ ପଳାଇଯାଇଥିଲେ । ଏହାପରେ ଝିଅକୁ ବହୁତ ଖାେଜାଖୋଜି କରିଥିଲେ ଛାତ୍ରୀଙ୍କ ମାଆ । ପରେ ପରିବାର ସଦସ୍ୟ ପିପଲାନି ଥାନାରେ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ପୋଲିସ ବହୁ ତଦନ୍ତ ପରେ ଛାତ୍ରୀ ଜଣଙ୍କୁ ଉଦ୍ଧାର କରିଥିଲା । ପରେ ପଚରାଉଚରା ବେଳେ ପୁରା ଘଟଣା ଜଣାପଡିଥିଲା । ଆଇପି ଆକ୍ଟ, ବ୍ଲାକମେଲିଂ ବିଭାଗ ଅଧୀନରେ ପିପ୍ଲାନି ପୋଲିସ ଏହି ମାମଲାରେ ଏକ ମାମଲା ରୁଜୁ କରିଛି । ଏହାସହ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ଅନ୍ୟ ଦୁଇଜଣ ଫେରାର ଥିବା ଜଣାପଡ଼ିଛି । ତେବେ ଖୁବଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ପିପ୍ଲାନି ପୋଲିସ ଷ୍ଟେସନ ପକ୍ଷରୁ ଜଣାପଡ଼ିଛି ।

Related Articles

Back to top button