ପୁଣି ଥରେ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବେ ଭୁପେନ୍ଦ୍ର ପଟେଲ

ଗୁଜରାଟ : ସିଂହାସନ କାଏମ ରଖିଲେ ଭୁପେନ୍ଦ୍ର ପଟେଲ । ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ଭୁପେନ୍ଦ୍ର । ପୁଣି ଥରେ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବେ ଭୁପେନ୍ଦ୍ର ପଟେଲ । ଚଳିତ ବିଧାନସଭା ନିର୍ବାଚନରେ ନବନିର୍ବାଚିତ ବିଧାୟକମାନଙ୍କ ବୈଠକରେ ତାଙ୍କ ନାଁ ଚୂଡାନ୍ତ ହୋଇଛି ।

ନୂଆ ବିଧାୟକ ଦଳ ନେତା ବାଛିବା ପାଇଁ ବୈଠକ ଡକାଯାଇଥିଲା । ରାଜ୍ୟ ବିଜେପି ମୁଖ୍ୟାଳୟ ‘କମଳମ୍’ ଠାରେ ଅନୁଷ୍ଠିତ ବୈଠକରେ ତାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବା ନେଇ ସମସ୍ତେ ସହମତ ଦେଇଥିଲେ । ଏହି ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ରାଜନାଥ ସିଂ, ବି.ଏସ୍ ୟେଦ୍ୟୁରପ୍ପା ଓ ଅର୍ଜୁନ ମୁଣ୍ଡା ଉପସ୍ଥିତ ଥିଲେ ।

Related Articles

Back to top button