ଦିଲ୍ଲୀରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗଦେବେ ବାଇଡେନ

ଆଗାମୀ ଦିନରେ ଦିଲ୍ଲୀରେ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀରେ ଯୋଗଦେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକା ରାଷ୍ଟ୍ରପତି ସେପ୍ଟେମ୍ବର ୭ ତାରିଖରେ ଭାରତ ଆସି ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବେ ଯେଉଁଥିରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା କରିବେ ବୋଲି ଆମେରିକାର ରାଷ୍ଟ୍ରପତି ଭବନ ପକ୍ଷରୁ ଘୋଷଣା କରାଯାଇଛି । ସେପ୍ଟେମ୍ବର ୯ ଓ ୧୦ ରେ ଜି -୨୦ ସମ୍ମିଳନୀର ମୁଖ୍ୟ ବୈଠକ ଭାରତର ରାଜଧାନୀ ନୂଆଦିଲ୍ଲୀରେ ଆୟୋଜନ କରାଯାଉଛି । ଏହି ବୈଠକରେ ବିଶ୍ଵର ଅନ୍ୟ ଦେଶମାନେ ମଧ୍ୟ ଯୋଗଦେବେ ।

ସୂଚନା ଅନୁସାରେ, ସେପ୍ଟେମ୍ଵର ୭ ତାରିଖରେ ଭାରତ ଆସୁଛନ୍ତି ଆମେରିକାର ରାଷ୍ଟ୍ରପତି । ଭାରତର ପ୍ରଧାନମନ୍ତ୍ରୀ ଓ ଆମେରିକାର ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା ହେବ । ରାଷ୍ଟ୍ରପତି ଜୋ ବାଇଡେନ ଜି -୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ପରେ ସେ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ସହିତ ବିଶ୍ୱସ୍ତରୀୟ ସମସ୍ୟାର ମୁକାବିଲା ପାଇଁ ବିଭିନ୍ନ ମିଳିତ ଉଦ୍ୟମ ବିଷୟରେ ଆଲୋଚନା କରିବେ । ଜି -୨୦ ବୈଠକ ପାଇଁ ଦିଲ୍ଲୀରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।

Related Articles

Back to top button