
ଭବିଷ୍ୟତରେ ଯଦି କୌଣସି ଆତଙ୍କୀ ଘଟଣା ଘଟୁଛି ତା’ହେଲେ ତାହାକୁ ଆକ୍ଟ ଅଫ୍ ୱାର ବୋଲି ମନେ କରାଯିବ
ଭାରତ ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି।ଭବିଷ୍ୟତରେ ଯଦି କୌଣସି ଆତଙ୍କୀ ଘଟଣା ଘଟୁଛି ତା’ହେଲେ ତାହାକୁ ଆକ୍ଟ ଅଫ୍ ୱାର ଅର୍ଥ ଯୁଦ୍ଧ ବୋଲି ମନେ କରାଯିବ । ଏଭଳି ସ୍ଥିତିରେ ପାକିସ୍ତାନ ଦ୍ବାରା ପ୍ରାୟୋଜିତ ଆତଙ୍କବାଦ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ନିଶ୍ଚୟ କରିସାରିଛି ଭାରତ । ଯଦି ପାକିସ୍ତାନ ପାଳୁଥିବା ଆତଙ୍କୀଙ୍କ ତରଫରୁ କୌଣସି ଆକ୍ରମଣ ହୁଏ ତେବେ ଭାରତ ଏହାକୁ ପାକିସ୍ତାନ ସରକାର ଏବଂ ସେନା ପକ୍ଷରୁ ଯୁଦ୍ଧ ବୋଲି ମାନିବ ।ପହଲଗାମ୍ ଆତଙ୍କୀ ଆକ୍ରମଣରେ ୨୬ ଜଣ ହିନ୍ଦୁଙ୍କ ନରସଂହାର ଘଟଣା ପରେ ଭାରତ ସରକାର ନିଜ ନୀତିରେ ବଡ଼ ପରିବର୍ତ୍ତନ କରିଛନ୍ତି ।