ନିଜ ଉପରେ ଆକ୍ରମଣର ନାଟକ କରି ସୁରକ୍ଷା ବଢାଇବାକୁ ଚାହୁଁଥିଲେ ମାଫିଆ ଅତିକ ଅହମ୍ମଦ

ଲକ୍ଷ୍ନୌ: ମାଫିଆ ଅତିକ ଅହମ୍ମଦଙ୍କୁ ନେଇ ଏକ ବଡ଼ ଖୁଲାସା ହୋଇଛି। ପୋଲିସ ଯାଞ୍ଚରୁ ଜଣାପଡିଛି ଯେ ଅତିକ ପୋଲିସ ହେପାଜତରେ ଥିବାବେଳେ ନିଜ ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର କରିଥିଲେ। ଅତିକ ନିଜ ଉପରେ ଆକ୍ରମଣର ନାଟକ କରି ସୁରକ୍ଷା ବଢାଇବାକୁ ଚାହୁଁଥିଲେ।

ଯୋଜନା ମୁତାବକ, ସାବରମତି ଜେଲ୍‌ରୁ ଅଣାଯିବା ବେଳେ ଅତିକଙ୍କୁ ପ୍ରୟାଗରାଜ ଠାରେ ଆକ୍ରମଣ କରାଯିବ। ଏହି ଆକ୍ରମଣରେ ଅତିକଙ୍କର କୌଣସି କ୍ଷତି ହେବ ନାହିଁ। ନାଟକୀୟ ଭାବେ ଅତିକଙ୍କ ପାଖରୁ ଫାୟାରିଂ ହେବ ଯେପରି ତାଙ୍କର କିଛି କ୍ଷତି ନ ହୁଏ। ଏବଂ ଘଟଣାସ୍ଥଳରେ ଗାଡି ଆଖପାଖରେ ବୋମା ଫିଙ୍ଗାଯିବ।
ତଦନ୍ତରେ ପୋଲିସ ଜାଣିବାକୁ ପାଇଛି ଯେ ଏହି ଆକ୍ରମଣ ମାଧ୍ୟମରେ ବାର୍ତ୍ତା ଦିଆଯାଇଥାନ୍ତା ଯେ ଅତିକଙ୍କୁ ତାଙ୍କ ବିରୋଧୀମାନେ ଆକ୍ରମଣ କରିଛନ୍ତି ଏବଂ ତାଙ୍କର ସୁରକ୍ଷା ବଢାଇବା ଜରୁରୀ।

ସୂଚନା ମୁତାବକ ହତ୍ୟା ସମୟରେ ଅତିକଙ୍କ ସମର୍ଥକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅତିକ ଏବଂ ଅଶ୍ରଫଙ୍କୁ ପ୍ରୟାଗରାଜ କଲଭିନ ହସ୍ପିଟାଲକୁ ଜିପ୍‌ରେ ଅଣାଯାଇଥିଲା। ସେଠାରେ ଅତିକ ଜିପ୍‌ରୁ ଓହ୍ଲାଇବାବେଳେ କେତେକ ବ୍ୟକ୍ତିଙ୍କୁ ଇସାରା କରିଥିଲେ। ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏହାର କିଛି ସମୟ ପରେ ଦୁଇଭାଇଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

Related Articles

Back to top button