ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ବସ ଦୁର୍ଘଟଣା: ୮ ମୃତ ଅନେକ ଆହତ

ବାରବାଙ୍କି: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରେ ଏକ ବଡଧରଣର ସଡ଼କ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ହାଇୱେରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ହଟାଇବା ସହ ଯାତାୟତ ସୂଚାରୁ କରିଛି । ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ, ବାରବାଙ୍କିର ହାଇଦରଗଡରେ ପୂର୍ବଞ୍ଚଳ ଏକ୍ସପ୍ରେସ ୱେରେ ଠିଆ ହୋଇଥିବା ଏକ ବସକୁ ଆଉ ଏକ ବସ ଦ୍ରୁତ ଗତିରେ ଆସି ଧକ୍କା ଦେବାରୁ ଦୁର୍ଘଟଣା ଘଟିଛି । ଏଥିରେ ଉଭୟ ବସର ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ କେତେଜଣ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି ।

Related Articles

Back to top button