
ଅବୁଝମାଡ ଅଞ୍ଚଳରେ ଏଯାଏଁ ୨୫ରୁ ଅଧିକ ନକ୍ସଲ ନିପାତ
ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା। ଛତିଶଗଡର ନାରାୟଣପୁର ଜିଲାରେ ଡିଆରଜିର ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ପରେ ଅବୁଝମାଡ ଅଞ୍ଚଳରେ ଏଯାଏଁ ୨୫ରୁ ଅଧିକ ନକ୍ସଲ ନିପାତ ହୋଇଥିବା ନେଇ ଖବର ମିଳିଛି । ମୃତ ନକ୍ସଲଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି କୁହାଯାଉଛି। ନାରାୟଣପୁର, ବୀଜାପୁର ଓ ଦନ୍ତେୱାଡାରେ ଡିଆରଜିର ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଉକ୍ତ ଅଞ୍ଚଳରେ ନକ୍ସଲ ଥିବା ନେଇ ସୂଚନା ମିଳିବା ପରେ ଯବାନ ତଲାସି ଅଭିଯାନ ଆରମ୍ଭ କରିଥିଲେ।ନାରାୟଣପୁର, ଦାନ୍ତେୱାଡା, ବିଜାପୁର ଏବଂ କୋଣ୍ଡାଗାଓଁର ଡିଆରଜିର ଯବାନମାନେ ନକ୍ସଲ କମାଣ୍ଡରମାନଙ୍କୁ ଘେରି ଯାଇଛନ୍ତି। ଉଭୟ ପାର୍ଶ୍ୱରୁ ଗୁଳିଚାଳନା ଜାରି ରହିଛି।