ଚଳିତ ବର୍ଷ ପଞ୍ଚକୁଲାରେ ହେବ ସବୁଠାରୁ ବଡ ରାବଣ ପୋଡି

ବିଜୟା ଦଶମୀ ଉପଲକ୍ଷେ ଆଜି ବିଭିନ୍ନ ସ୍ଥାନରେ ରାବଣ ପୋଡି ଦେଖିବାକୁ ମିଳିବ। ଏହି ରାବଣ ପୋଡିକୁ ପାପ ଉପରେ ପୂର୍ଣ୍ଣ୍ୟର ବିଜୟ ବୋଲି କୁହାଯାଇଥାଏ। ବିଭିନ୍ନ ସ୍ଥାନରେ ରାବଣ ପୋଡି ହେଉଥିବା ବେଳେ ଚଳିତ ବର୍ଷ ପଞ୍ଚକୁଲାରେ ସବୁଠାରୁ ବଡ ରାବଣ ପୋଡି ହେବାକୁ ଯାଉଛି। ସେଠାରେ ୧୭୧ ଫୁଟ୍ ଉଚ୍ଚତାର ଏକ ରାବଣ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ଦଶହରା ଅବସରରେ ଆଜି ଏହାକୁ ଦହନ କରାଯିବାର ବିଧି ମଧ୍ୟ ରହିଛି। ଆଜି ପଞ୍ଚକୁଲାର ସେକ୍ଟର-୫ ସ୍ଥିତ ସାଲିମାର ଗ୍ରାଉଣ୍ଡରେ ଏହି ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହେବ। ରାବଣର ଏହି ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ଏବଂ ଏହାକୁ ତିଆରି କରିବା ପାଇଁ ୨୫ ଜଣ କାରିଗରଙ୍କୁ ୩ ମାସ ସମୟ ଲାଗିଥିଲା। ରାବଣର ଏହି ପ୍ରତିମୂର୍ତ୍ତି ନିର୍ମାଣ କରିବାର ପାଇଁ ୨୫ କୁଇଣ୍ଟାଲ ଲୁହା, ୫୦୦ ଖଣ୍ଡ ବାଉଁଶ,୩୦୦ ମିଟର ଲମ୍ବ ମ୍ୟାଟ୍, ୩୫୦୦ ମିଟର କପଡା ସହ ୧ କୁଇଣ୍ଟାଲ ଫାଇବରର ବ୍ୟବହାର କରାଯାଇଛି। ପରିବେଶ ପ୍ରଦୂଷଣକୁ ନଜରରେ ରଖି ରାବଣର ଶରୀରରେ ପରିବେଶ ଅନୁକୂଳ ବାଣ ମଧ୍ୟ ଲଗାଯାଇଛି। ଯେଉଁଥିରେ କାହାର କ୍ଷତି ହେବ ନାହିଁ ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

Related Articles

Back to top button