୪ ରାଜ୍ୟର ନିର୍ବାଚନୀ ପ୍ରଭାରୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଚଳିତ ବର୍ଷ ୪ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଭାରୀ ନିଯୁକ୍ତ କରିଛି ବିଜେପି । ଏହିକ୍ରମରେ ରାଜସ୍ଥାନ ପାଇଁ ପ୍ରହଲ୍ଲାଦ ଜୋଶୀ ପ୍ରଭାରୀ ନିଯୁକ୍ତ କରାଯାଇଥିବା ବେଳେ, ନିତୀନ ପଟେଲ ଏବଂ କୁଲଦୀପ ବିଷ୍ଣୋଇଙ୍କୁ ସହପ୍ରଭାରୀ ଦାୟିତ୍ୱ ମିଳିଛି । ସେହିପରି ମଧ୍ୟପ୍ରଦେଶ ପାଇଁ ଭୁପେନ୍ଦ୍ର ଯାଦବଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିଥିବା ବେଳେ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସହପ୍ରଭାରୀ ଦାୟିତ୍ୱ ମିଳିଛି ।

ଏହା ସହିତ ଛତିସଗଡ଼ ପାଁ ଓମପ୍ରକାଶ ମାଥୁରଙ୍କୁ ନିର୍ବାଚନୀ ପ୍ରଭାରୀ ନିଯୁକ୍ତ କରାଯାଇଥିବା ବେଳେ ମନସୁଖଳ ମାଣ୍ଡବ୍ୟଙ୍କୁ ସହପ୍ରଭାରୀ ଏବଂ ତେଲେଙ୍ଗାନା ପାଇଁ ପ୍ରକାଶ ଜାଭେକରଙ୍କୁ ପ୍ରବାରୀ ଏବଂ ସୁନୀଲ ବଂଶଲଙ୍କୁ ସହପ୍ରଭାରୀ ନିଯୁକ୍ତ କରାଯାଇଛି ।

Related Articles

Back to top button