ଏକଜିଟ ପୋଲ ସର୍ଭେ: ତ୍ରିପୁରା ଓ ନାଗାଲାଣ୍ଡରେ ପୁଣି ବିଜେପି କ୍ଷମତାକୁ ଫେରିବାର ସମ୍ଭାବନା ରହିଥିବାବେଳେ ମେଘାଳୟରେ ସ୍ଥିତି ଅସ୍ପଷ୍ଟ

ନୂଆଦିଲ୍ଲୀ :  ଉତ୍ତର-ପୂର୍ବର ଦୁଇ ରାଜ୍ୟ ମେଘାଳୟ ଓ ନାଗାଲାଣ୍ଡରେ ସୋମବାର ମତଦାନ ଶେଷ ହୋଇଛି । ଉଭୟ ରାଜ୍ୟରେ ୬୦ଟି ଲେଖାଏଁ ବିଧାନସଭା ଆସନ ଥିବା ବେଳେ ଉଭୟ ରାଜ୍ୟର ୫୯ରୁ ୫୯ଟି ଆସନରେ ମତଦାନ ହୋଇଛି। ଲୋକମାନେ ମତଦାନରେ ଭାଗ ନେଇଥିଲେ। ଅପରାହ୍ନ ୫ଟା ସୁଦ୍ଧା ନାଗାଲାଣ୍ଡ ଓ ମେଘାଳୟରେ ଯଥାକ୍ରମେ ୮୧.୯୪% ଓ ୭୪.୩୨% ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ତଥ୍ୟରୁ ଜଣାପଡ଼ିଛି । ତ୍ରିପୁରାରେ ଗତ ଫେବ୍ରୁଆରି ୧୬ରେ ଭୋଟ ଗ୍ରହଣ ହୋଇଥିଲା, ଯେଉଁଥିରେ ୯୦ ପ୍ରତିଶତ ମତଦାନ ହୋଇଥିଲା ।

ମତଦାନ ଶେଷ ହେବା ପରେ ବିଭିନ୍ନ ସଂସ୍ଥାଙ୍କ ଏକଜିଟ ପୋଲ ବା ବୁଥବାହୁଡ଼ା ମତାମତ ସର୍ଭେ ପ୍ରକାଶ ପାଇଛି । ତ୍ରିପୁରା ଓ ନାଗାଲାଣ୍ଡରେ ପୁଣି ବିଜେପି କ୍ଷମତାକୁ ଫେରିବାର ସମ୍ଭାବନା ରହିଥିବାବେଳେ ମେଘାଳୟରେ ସ୍ଥିତି ଅସ୍ପଷ୍ଟ ରହିଛି ।

Related Articles

Back to top button