ଦୁଷ୍କର୍ମ ଅଭିଯୋଗ ଆଣିବାକୁ ବିଜେପି ଦେଇଥିଲା ଟଙ୍କା

ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ପୁଣି ଥରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଗତ ସପ୍ତାହରେ ବିଜେପି ନେତାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭାଇରାଲ ଭିଡିଓରେ ସେ କହୁଛନ୍ତି କି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଟଙ୍କା ଦେଇ ସନ୍ଦେଶଖାଲି ଘଟଣାକୁ ବଡ କରିଥିଲେ । ଏହି ଭିଡିଓରେ ସେ ଆହୁରି ମଧ୍ୟ କହିଛନ୍ତି କି, ମହିଳାମାନକେବଳ ମହିଳା ଜଣଙ୍କ ଏକଥା କହିନାହାଁନ୍ତି । ସେ କହିଛନ୍ତି କି, ତାଙ୍କ ସହ ସେଭଳି କିଛି ହୋଇନାହିଁ । ଏହାସହ ସେ ଥାନାକୁ ଯାଇ ମାମଲା ପ୍ରତ୍ୟାହାର କରିବାକୁ ଆବେଦନ କରିଛନ୍ତି । ସେ କହିଛନ୍ତି ଯେ ମାମଲା ପ୍ରତ୍ୟାହାର ନେଇ ଆବେଦନ କରିବା ପରେ ତାଙ୍କୁ ବିଜେପି ନେତାମାନେ ଧମକ ଦେଉଛନ୍ତି । ଏହି ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ କଂଗ୍ରେସ, ବାମଦଳ ଓ ଜେଏମଏମ ନେତା ବିଜେପିକୁ ଘେରିଛନ୍ତି । ଟିଏମସି ନେତା ତଥା ମମତାଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀଥିବା ଶଶି ପାଞ୍ଜା ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି, ସନ୍ଦେଶଖାଲିରେ ମହିଳାମାନଙ୍କୁ ଟଙ୍କା ଦେଇ ବିଜେପି ଏହି ମାମଲାକୁ ବଢେଇଛି । ଟଙ୍କା ଦେଇ ଶୁଭେନ୍ଦୁ ଅଧିକାରୀ ସେମାନଙ୍କୁ ଦୁଷ୍କର୍ମ ମାମଲା ରୁଜୁ କରିବାକୁ କହିଥିଲେ । ଏହାସହ ଏବେ ଜଣେ ମହିଳା ମଧ୍ୟ ସମାନ କଥା କହିଛନ୍ତି । ମହିଳାଜଣଙ୍କ କହିଛନ୍ତି କି, କିଛି ବିଜେପି ନେତା ତାଙ୍କ ଠାରୁ ଏକ ସାଧା କାଗଜରେ ଦସ୍ତଖତ ନେଇଥିଲେ । ଏହାପରେ ସେ ଜାଣିବାକୁ ପାଇଥିଷଲ କି ତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଫାଇଲ କରିଦିଆଯାଇଛି ।

 

Related Articles

Back to top button