ବଲିଉଡ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ

ବଲିଉଡ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ । ୭୨ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ପଙ୍କଜଙ୍କ କନ୍ୟା ନାୟାବ ଉଧାସ ତାଙ୍କ ମୃତ୍ୟୁ ସୂଚନା ସେୟାର କରିଛନ୍ତି । ପୋଷ୍ଟରେ ସେ ଲେଖିଛନ୍ତି କି- ବହୁତ ଦୁଃଖର ସହ ଜଣାଇବାକୁ ପଡୁଛି କି ପଦ୍ମଶ୍ରୀ ପଙ୍କଜ ଉଧାସଙ୍କର ୨୬ ଫେବୃୟାରୀ ୨୦୨୪ରେ ଦେହାନ୍ତ ହୋଇଛି । ସେ ଅନେକ ଦିନ ଧରି ଅସୁସ୍ଥ ଥିଲେ ।

ତେବେ ସକାଳ ପ୍ରାୟ ୧୧ଟା ସୁଦ୍ଧା କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ଅନେକ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ନିଧନ ଖବର ପରେ ସଙ୍ଗୀତ ଜଗତ ଦୁଃଖରେ ଭାଙ୍ଗି ପଡିଛି । ସମସ୍ତେ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ‘ନା କଜରେ କି ଧାର’, ‘ଚିଠି ଆଇ ହେ…’, ‘ଚାନ୍ଦି ଜେସା ରଙ୍ଗ ହେ ତେରା’ ଭଳି ଅନେକ ଗୀତରେ ନିଜ ସ୍ବର ଦେଇଥିଲେ ପଦ୍ମଶ୍ରୀ ପଙ୍କଜ ଉଧାସ । ତାଙ୍କ ପରଲୋକ ଖବର ଶୁଣି ତାଙ୍କ ପ୍ରଶଂସକମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

Related Articles

Back to top button