ଉଭୟ ଭାରତ ଓ ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି : ବୈଦେଶିକ ସଚିବ ବିକ୍ରମଙ୍କ ସୂଚନା

ଶନିବାର ସନ୍ଧ୍ୟାରେ ଉଭୟ ଭାରତ ଓ ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା ବୈଦେଶିକ ସଚିବ ବିକ୍ରମ ଦେଇଛନ୍ତି ସୂଚନା। ଆଜି ଅପରାହ୍ନ ୩.୧୫ ମିନିଟରେ ପାକିସ୍ତାନର ସାମରିକ ପରିଚାଳନା ମହାନିର୍ଦ୍ଦେଶକ ଭାରତ ପ୍ରତିପକ୍ଷଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଥିଲେ। ସୂଚନା ଅନୁଯାୟୀ, ଭାରତ ପକ୍ଷରୁ ହୋଇଥିବା ଆକ୍ରମଣରେ ପାକିସ୍ତାନର ବ୍ୟାପକ କ୍ଷୟକ୍ଷତି ହେବା ପରେ ଆଉ ଆକ୍ରମଣ ନ କରିବାକୁ ପାକିସ୍ତାନ ଡିଜିଏମଓ ଭାରତର ଡିଜିଏମଓଙ୍କୁ ଅନୁରୋଧ କରିଥିଲେ। ଭାରତ ପକ୍ଷରୁ ଏହାକୁ ଗ୍ରହଣ କରାଯାଇଛି ।ତେବେ ଗତ ୫ ଦିନ ହେଵ ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଭାରତ, ପାକିସ୍ତାନର ବ୍ୟାପକ କ୍ଷତି କରିଥିବା ବେଳେ ଆଗାମୀ ଦିନରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ଭାବେ ମୂଳପୋଛ କରିବ ବୋଲି ଆଶା କରାଯାଉଥିଲା କିନ୍ତୁ ହଠାତ ଅସ୍ତ୍ରବିରତି ଲାଗୁ ହେବା ପରେ ସୀମା ପାର ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଆଜି କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଓ ପ୍ରତିରକ୍ଷା ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ସନ୍ଧ୍ୟା ୬ଟାରେ ହେବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଅପରାହ୍ନ ୩.୩୫ରେ ଭାରତୀୟ ଡିଜିଏମଓଙ୍କ ସହ ଆଲୋଚନା କଲେ ପାକିସ୍ଥାନର ଡିଜିଏମଓ। ଏହା ପରେ ସନ୍ଧ୍ୟା ୫.୫୫: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ଟ୍ୱିଟ ଆସିଲା ଯେଉଁଥିରେ ସେ ଉଭୟ ଭାରତ ଓ ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା କହିଥିଲେ। ପରେ ପରେ ସନ୍ଧ୍ୟା ୬.୧୧ରେ ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କରଙ୍କ ସାମାଜିକ ଗଣମାଧ୍ୟମରେ ବାର୍ତ୍ତା, ଦେଇଥିଲେ ଯେ ଉଭୟ ଦେଶ ଅସ୍ତ୍ରବିରତି ପାଇଁ ରାଜି।

Related Articles

Back to top button