ଭାରତୀୟ ସେନାରେ ଦୀର୍ଘ ଦିନରୁ ଚାଲୁଥିବା ଇଂରେଜ ପରମ୍ପରା ବନ୍ଦ ହେବ

ନୂଆଦିଲ୍ଲୀ: ଦୀର୍ଘ ଦିନରୁ ଚାଲୁଥିବା ବିଭିନ୍ନ ପୁରୁଣା ପରମ୍ପରା ଉପରେ ରୋକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛି ଭାରତୀୟ ସେନା । ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଦ୍ଦେଶ ପରେ ଇଂରେଜ ଶାସନର ଅନେକ ପ୍ରଥାକୁ ବନ୍ଦ କରିବା ପାଇଁ ଆର୍ମି ପ୍ରସ୍ତୁତ ହୋଇଛି । ତେବେ ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରଥା ପ୍ରଚଳନ ଏବଂ ପରମ୍ପରାକୁ ଶେଷ କରିବା ପାଇଁ ଭାରତୀୟ ସେନା ନିଜ ୟୁନିଟ୍ସ ଗୁଡିକୁ ନିର୍ଦ୍ଦେଶ ଦେଇଛି । ଇଂରେଜ ପରମ୍ପରା ଦେଶରୁ ହଟିବା ପରେ ଭାରତୀୟ ସେନା ନୂଆ ଇଣ୍ଡିଆ ପରି ଚମକି ଉଠିବ।

ମିଳିଥିବା ସୂଚନା ଅନୁସାରେ, ଭାରତୀୟ ସେନା କାର୍ଯ୍ୟକ୍ରମରେ ଚାଲୁଥିବା ବାଘୀର ବ୍ୟବହାର, ରିଟାୟାରମେଣ୍ଟରେ ପୁଲିଙ୍ଗ ଆଉଟ ସେରିମୋନୀ ଏବଂ ଡିନର ସମୟରେ ପାଇପର୍ସ ବ୍ୟାଣ୍ଡର ଉପଯୋଗ ଉପରେ ରୋକ ଲଗାଇବାକୁ ଯାଉଛି ଇଣ୍ଡିଆନ ଆର୍ମି । ନିର୍ଦ୍ଦେଶରେ କୁହାଯାଇଛି ଯେ, ଆନୁଷ୍ଠାନିକ କାର୍ଯ୍ୟ ପାଇଁ ୟୁନିଟ ଗଠନରେ ବାଘୀ ବ୍ୟବହାର ବନ୍ଦ ହୋଇଯିବ । ତେବେ ଏଥିପାଇଁ ବ୍ୟବହାର ହେଉଥିବା ଘୋଡାଗୁଡିକୁ ଏବେ ତାଲିମ ପାଇର୍ ଉପଲବ୍ଧ କରାଯିବ । କିଛି ୟୁନିଟର ଇଂରେଜ ନାମ, ବିଲଡିଙ୍ଗ, ପ୍ରତିଷ୍ଠାନ, ରାସ୍ତା, ପାର୍କ ଇତ୍ୟାଦି ସଂସ୍ଥାର ନାମ ପରିବର୍ତ୍ତନ ପାଇଁ ମଧ୍ୟ ଆଲୋଚନା ଜାରି ରହିଛି । ତେବେ ଏ ସମ୍ପର୍କରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ମଧ୍ୟ କରାଯାଇଛି ।

ସେନା ଅଧିକାରୀ କହିଛନ୍ତି ଯେ, ପାଇପର୍ସ ବ୍ୟାଣ୍ଡ ମାତ୍ର କିଛଇ ସ୍ଥଳସେନା ମଧ୍ୟରେ ହିଁ ସାମିଲ ରହିଛି । ଏହାଛଡା ରାତ୍ରଭୋଜନ ସମୟରେ ଏହାର ବ୍ୟବହାର ମଧ୍ୟ ଖୁବ ସୀମିତ । ଅନେକ ୟୁନିଟ ନିକଟରେ ପାଇପର୍ସ ବ୍ୟାଣ୍ଡ ନଥିବାରୁ ଏସବୁ ଉପରେ ରୋକ ଲଗାଇବା ପାଇଁ ଆଲୋଚନା କରାଯାଉଛି । ପ୍ରଧାନମନ୍ତ୍ରୀ ଲେଶକମାନଙ୍କୁ ପାଳନ କରିବା ପାଇଁ କହିଥିବା ଏସବୁ ପୁରୁଣା ପ୍ରଥା ଓ ପରମ୍ପରାକୁ ବନ୍ଦ କରାଯାଇପାରେ ।

Related Articles

Back to top button