ଖାତରେ ଖସିଲା ବିଏସଏଫର ବସ୍ : ତିନି ଯବାନଙ୍କ ମୃତ୍ୟୁ

ଜମ୍ମୁ-କାଶ୍ମୀରର ବଡଗମା ଜିଲ୍ଲାରେ ବିଏସଏଫର ଏକ ବସ୍ ଖାତରେ ଖସି ଯିବାରୁ ତିନି ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଯବାନ ଆହତ ହୋଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ କରାଯାଇ ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପୋଲିସ ମୁତାବକ ସୁରକ୍ଷାବଳର ୫୨ ସିଟ୍ ବିଶିଷ୍ଟ ବସ୍ ଯବାନଙ୍କୁ ଧରି ବିଧାନସଭା ନିର୍ବାଚନର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଯାଉଥିଲା । ଏହି ବସରେ ୩୫ ଜଣ ଯବାନ ଥିଲେ । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ବିଏସଏଫ ପକ୍ଷରୁ ଅଧିକାରୀ କହିଛନ୍ତି, ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବସରେ ଡ୍ୟୁଟିକୁ ବିଏସଏଫ ଯବାନମାନେ ଯାଉଥିଲେ । ଏହି ସମୟରେ ବସ୍ ମଧ୍ୟ କାଶ୍ମୀରର ବଡଗାମର ବାଟରହଲ ଅଞ୍ଚଳରେ ଖାତକୁ ଖସିଥିଲା । ତିନି ଯବାନଙ୍କ ମୁତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି । ଏଥିରୁ କିଛି ଯବାନଙ୍କ ଅବସ୍ଥା ଗୁରୁତର ରହିଛି ।

Related Articles

Back to top button