ଖୁବ ଶୀଘ୍ର ଲଞ୍ଚ ହେବ ବିଏସଏନଏଲ ୫ଜି ସେବା

ନୂଆଦିଲ୍ଲୀ : ବିଏସଏନଏଲ  କମ୍ପାନୀ ଏହାର ଗ୍ରାହକମାନଙ୍କୁ ୩ଜି ସେବା ଯୋଗାଏ, କିନ୍ତୁ ବର୍ତ୍ତମାନ ଏହା ଶୀଘ୍ର ବ୍ୟବହାରକାରୀଙ୍କୁ ୪ଜି ସହିତ ୫ଜି ସେବା ଯୋଗାଇବା ଆରମ୍ଭ କରିପାରେ । ଏଭଳି ପରିସ୍ଥିତିରେ ପ୍ରସିଦ୍ଧ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓ ଏବଂ ଏୟାରଟେଲ ପାଇଁ ଚ୍ୟାଲେଞ୍ଜ ବଢିପାରେ। ଆସନ୍ତୁ ଜାଣିବା ବିଏସଏନଏଲ ର ୫ଜି କେବେ ଭାରତରେ ଲଞ୍ଚ ହେବାକୁ ଯାଉଛି।

ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ବିଏସଏନଏଲର ଶୁଭାରମ୍ଭ ନିଶ୍ଚିତ ହୋଇଛି। ରିପୋର୍ଟ ଅନୁଯାୟୀ, ବିଏସଏନଏଲଏହାର୫ଜି ସୁବିଧା ଏପ୍ରିଲ୍ ୨୦୨୪ ସୁଦ୍ଧା ଆରମ୍ଭ କରିପାରିବ। ସମ୍ପ୍ରତି,ବିଏସଏନଏଲ ୪ଜି ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। ଚଳିତ ବର୍ଷ ୨୦୨୩ ସୁଦ୍ଧା ୪ଜି ସେବା ଆରମ୍ଭ ହେବ ବୋଲି ଆଶା କରାଯାଉଛି। ବିଏସଏନଏଲ ସମ୍ପ୍ରତି ଏହାର ଉପଭୋକ୍ତାମାନଙ୍କୁ ଏବେ ୩ଜି ସେବା ଯୋଗାଉଛି, କିନ୍ତୁ ଆଗାମୀ ଦିନରେ ୪ଜି ନେଟୱାର୍କ ସୁବିଧା ମଧ୍ୟ ଆରମ୍ଭ କରିବ। ୪ଜି ପ୍ରବର୍ତ୍ତନ କରିବାର ଏକ ବର୍ଷ ମଧ୍ୟରେ କମ୍ପାନୀ ଏହାର ନେଟୱାର୍କ ସେବାକୁ ୫ଜି କୁ ଅପଗ୍ରେଡ୍ କରିବ। ବର୍ତ୍ତମାନ, କମ୍ପାନୀ C-DOT ଏବଂ TCS ସହଯୋଗରେ ୩ଜି ଅପଗ୍ରେଡ୍ ଅର୍ଥାତ୍ ୪ଜି ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି ।

ସୂଚନାମୁତାବକ ଅଶ୍ୱିନୀ ବୈଷ୍ଣବ ଓଡିଶାରେ ଏୟାରଟେଲ ଏବଂ ଜିଓ ୫ଜି ସେବା ଆରମ୍ଭ କରିବା ସମୟରେ ବିଏସଏନଏଲ ୫ଜି ଲଞ୍ଚ ବିଷୟରେ ଘୋଷଣା କରିଛନ୍ତି। ସେ ଏହି ସମୟରେ କହିଛନ୍ତି ଯେ ୨୦୨୪ ବର୍ଷର ମାର୍ଚ୍ଚ କିମ୍ବା ଏପ୍ରିଲରେ ବିଏସଏନଏଲ ୫ଜି ପ୍ରଚଳନ କରାଯିବ। ଗତ ବର୍ଷର ଶେଷ ମାସରେ ଭାରତରେ ୫ଜି ସେବା ଆରମ୍ଭ କରାଯାଇଥିଲା। ଏହାର ଏକ ଅଂଶ ହୋଇଥିବା ଏୟାରଟେଲ ଏବଂ ଜିଓ କମ୍ପାନୀ ଭାରତର ଅଧିକାଂଶ ଅଞ୍ଚଳରେ ସେମାନଙ୍କର ୫ଜି ସେବା ଆରମ୍ଭ କରିଛନ୍ତି। ଯେତେବେଳେ କି, ୨୦୨୪ ସୁଦ୍ଧା ୫ଜି ସମଗ୍ର ଭାରତରେ ଅଣାଯାଇପାରିବ ବୋଲି ଆଶା କରାଯାଉଛି ।

Related Articles

Back to top button