ଗଗନଯାନରେ ମହାକାଶ ଯିବ ମହିଳା ରୋବଟ୍ ବ୍ୟୋମିତ୍ରା

ଭାରତ ଚନ୍ଦ୍ରରେ ସଫଳ ଅବତରଣ ପରେ ଏବେ ସମଗ୍ର ବିଶ୍ୱର ନଜର ଇସ୍ରୋର ପରିବର୍ତ୍ତି ମିଶନ ଉପରେ ରହିଛି । ଆସନ୍ତା ମାସରେ ଭାରତ ସୂର୍ଯ୍ୟଙ୍କ ଅଧ୍ୟୟନ କରିବା ପାଇଁ ଆଦିତ୍ୟ ଲଞ୍ଚ କରିବାକୁ ଯାଉଥିବା ବେଳେ ଏହାପରେ ଗଗନଯାନ ଲଞ୍ଚ କରିବାର ଯୋଜନା ରହିଛି । ଶନିବାର କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି ଯେ, ଇସ୍ରୋର ଗଗନଯାନ ମିଶନରେ ମହାକାଶକୁ ଏକ ମହିଳା ରୋବର୍ଟ(ବ୍ୟୋମିତ୍ରା)କୁ ପଠାଇବ ।

ସେ କହିଥିଲେ କି ଅକ୍ଟୋବର ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଇସ୍ରୋ ଏକ ଟ୍ରାଏଲରେ ମହାକାଶ ଉଡ଼ାଣ କରାଯିବ । ଏହାପରେ ମିଶନରେ ବ୍ୟୋମିତ୍ରା ନାମକ ମହିଳା ରୋବର୍ଟକୁ ମହାକଶକୁ ପଠାଯିବ । କରୋନା ମହାମାରୀ ପାଇଁ ଗଗନଯାନ ଯୋଜନାରେ ବିଳମ୍ବ ହୋଇଥିଲା । ତେବେ ଅକ୍ଟୋବର ମାସରେ ଆମେ ଏହି ମିଶନର ପରୀକ୍ଷା କରିିବାକୁ ଯୋଜନା କରିଛୁ । ମହାକାଶରୁ ଯାତ୍ରୀଙ୍କୁ ଫେରାଇ ଆଣିବା ସେତିକି ଗୁରୁତ୍ୱପୁର୍ଣ୍ଣ ଯେତିକି ସେମାନଙ୍କୁ ପଠାଇବା ।

ଜିତେନ୍ଦ୍ର ସିଂ କହିଛନ୍ତି, “ଦ୍ୱିତୀୟ ମିଶନରେ ଜଣେ ମହିଳା ରୋବଟ୍ ରହିବ ଏବଂ ସେ ସମସ୍ତ ମାନବ କାର୍ଯ୍ୟକଳାପକୁ ଅନୁକରଣ କରିବେ। ଯଦି ସବୁକିଛି ଠିକ୍ ହୁଏ ତେବେ ଆମେ ଆଗକୁ ବଢିବା।”

Related Articles

Back to top button