୮ ଲକ୍ଷ ନିଃଶୁଳ୍କ ଦୂରଦର୍ଶନ ଡି.ଟି.ଏଚ୍‌‌. ସେଟ୍‌‌ ଟପ୍‌‌ ବକ୍ସ ବଣ୍ଟନ କରାଯିବ

ପ୍ରସାରଣ ଭିତ୍ତିଭୂମି ଓ ନେଟ୍‌‌ୱାର୍କ ବିକାଶ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‌‌ ମଞ୍ଜୁରି

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍‌‌ କେନ୍ଦ୍ରୀୟ କ୍ଷେତ୍ର ପ୍ରସାରଣ ଭିତ୍ତିଭୂମି ଓ ନେଟ୍‌‌ୱାର୍କ ବିକାଶ ଯୋଜନାକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ୨୦୨୫-୨୬ ସୁଦ୍ଧା ଏଥିଲାଗି ୨୫୩୯ କୋଟି ଟଙ୍କା ଖର୍ଚ୍ଚ ଲାଗି ଲକ୍ଷ୍ୟ ରଖାଯାଇଛି। ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହି ଯୋଜନା ଦ୍ୱାରା ପ୍ରସାରଭାରତୀର ପ୍ରସାରଣ ଭିତ୍ତିଭୂମି, ବିଷୟବସ୍ତୁର ବିକାଶ ଏବଂ ନିର୍ମାଣ କାର୍ଯ୍ୟର ସମ୍ପ୍ରସାରଣ ଓ ଉନ୍ନତୀକରଣକୁ ଆର୍ଥିକ ପ୍ରୋତ୍ସାହନ ମିଳିପାରିବ। ଏହାଦ୍ୱାରା ବାମପନ୍ଥୀ ଉଗ୍ରବାଦ ଉପଦ୍ରୁତ ଅଞ୍ଚଳରେ ସରକାରଙ୍କ ଯୋଜନାଗୁଡ଼ିକର ସୁଫଳ ପହଞ୍ଚିବାରେ ମଧ୍ୟ ସହାୟକ ହୋଇପାରିବ।

ଶ୍ରୀ ଠାକୁର କହିଛନ୍ତି, ଏହି ସ୍କିମ୍‌‌ ଜରିଆରେ ଦର୍ଶକଙ୍କ ପାଖରେ ଉଚ୍ଚମାନର କାର୍ଯ୍ୟକ୍ରମ ପହଞ୍ଚିପାରିବ। ଆକାଶବାଣୀ ଏବଂ ଦୂରଦର୍ଶନର ଭିତ୍ତିଭୂମି ଓ ସେବାର ଆଧୁନିକୀକରଣ, ବିକାଶ ଓ ସୁଦୃଢ଼ୀକରଣ ଦିଗରେ ସରକାରଙ୍କ ଅଙ୍ଗୀକାରବଦ୍ଧତା ସ୍ପଷ୍ଟ ପ୍ରତିଫଳିତ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି। ଏହି ଯୋଜନା ମାଧ୍ୟମରେ ଦେଶର ୮୦ ପ୍ରତିଶତ ଲୋକଙ୍କ ନିକଟରେ ଆକାଶବାଣୀର ଏଫ୍‌‌.ଏମ୍‌‌. କାର୍ଯ୍ୟକ୍ରମକୁ ପହଞ୍ଚାଇବା ଲାଗି ପଦକ୍ଷେପ ନିଆଯିବ। ମଫସଲ, ଆଦିବାସୀ ଅଧ୍ୟୁଷିତ, ବାମପନ୍ଥୀ ଉଗ୍ରବାଦ ଉପଦ୍ରୁତ ଇଲାକା, ସୀମାନ୍ତ ଅଞ୍ଚଳ ଏବଂ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ବାସ କରୁଥିବା ଲୋକଙ୍କ ପାଇଁ ପ୍ରାୟ ୮ ଲକ୍ଷ ନିଃଶୁଳ୍କ ଦୂରଦର୍ଶନ ଡି.ଟି.ଏଚ୍‌‌. ସେଟ୍‌‌ ଟପ୍‌‌ ବକ୍ସ ବଣ୍ଟନ କରାଯିବ ବୋଲି ଶ୍ରୀ ଠାକୁର କହିଛନ୍ତି।

Related Articles

Back to top button