ମେହୁଲ ଚୋକସୀ ବିରୋଧରେ ପୁଣି ଏକ ମାମଲା ରୁଜୁ କଲା ସିବିଆଇ, କାନାରା ବ୍ୟାଙ୍କକୁ ୫୫ କୋଟି ଠକେଇ

ପିଏନ୍‌ବି ଠକେଇ ମାମଲାରେ ଦେଶ ଛାଡ଼ି ପଳାଇଥିବା ଅଭିଯୁକ୍ତ ମେହୁଲ ଚୋକ୍‌ସୀଙ୍କ ବିରୋଧରେ ପୁଣି ଏକ ନୂଆ ମାମଲା ରୁଜୁ

ନୂଆଦିଲ୍ଲୀ: ପିଏନ୍‌ବି ଠକେଇ ମାମଲାରେ ଦେଶ ଛାଡ଼ି ପଳାଇଥିବା ଅଭିଯୁକ୍ତ ମେହୁଲ ଚୋକ୍‌ସୀଙ୍କ ବିରୋଧରେ ପୁଣି ଏକ ନୂଆ ମାମଲା ରୁଜୁ କଲା ସିବିଆଇ। କାନାରା ବ୍ୟାଙ୍କ ନେତୃତ୍ୱାଧୀନ ସଂସ୍ଥାର ୫୫ କୋଟି ଠକେଇ ଅଭିଯୋଗରେ ସିବିଆଇ ମେହୁଲ ଚୋକ୍‌ସୀ ନାଁରେ ଅଭିଯୋଗ କରିଛି।

ରୁଜୁ ହୋଇଥିବା ମାମଲା ଅନୁସାରେ, କାନାରା ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର  ଯଥାକ୍ରମେ ୩୦ କୋଟି ଓ ୨୫ କୋଟି ଟଙ୍କା ଋଣ ପ୍ରଦାନ କରିଥିଲେ। କାନାରା ବ୍ୟାଙ୍କ ନେତୃତ୍ୱରେ ଚୋକସୀଙ୍କ କମ୍ପାନୀ ବେଜଲ ଜ୍ୱେଲରୀ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ଏକ କନସୋର୍ଟିୟମ୍ ବ୍ୟାବସ୍ଥା ଅନୁସାରେ ୱାର୍କିଂ କେପିଟାଲ ଫେସିଲିଟି ରୂପରେ ଋଣ ଦିଆଯାଇଥିଲା ବୋଲି ସିବିଆଇ ସୂଚନା ଦେଇଛି।

ତେବେ ଏହି ଋଣ କମ୍ପାନୀ ଅଳଙ୍କାର ତିଆରି ଓ ବିକ୍ରି ପାଇଁ ଦିଆଯାଇଥିଲା।  କିନ୍ତୁ କମ୍ପାନୀ ଫଣ୍ଡର ଡାଇଭର୍ଜନକୁ ଲୁଚାଇବା ପାଇଁ ଖାତା ମାଧ୍ୟମରେ କୌଣସି ବ୍ୟବସାୟୀକ ନେଣଦେଣ କଲାନି। କମ୍ପାନୀ ଋଣ ନ ସୁଝିବାରୁ ବ୍ୟାଙ୍କକୁ ୫୫.୨୭ କୋଟିର କ୍ଷତି ହୋଇଛି। ଅଭିଯୋଗ ପରେ ସିବିଆଇ କମ୍ପାନୀ ଚୋକ୍‌ସୀ, ଚେତନା ଝୱେରୀ, ଦିନେଶ ଭାଟିଆ ଓ ମିଲିନ୍ଦ ଲିମୟଙ୍କ ସହ ବେଜଲ ଜ୍ୱେଲରୀ ଓ ତାର ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଏହା ପୂର୍ବରୁ ହୀରା ବ୍ୟବସାୟୀ ନୀରବ ମୋଦୀ ଓ ତାଙ୍କ ମାମୁ ମେହୁଲ ଚୋକ୍‌ସୀଙ୍କ ସହ ମିଶି ପିଏନ୍‌ବି ଠାରୁ ୧୪୦୦୦ କୋଟି ଠକେଇ କରିଛନ୍ତି।

Related Articles

Back to top button