ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୩ ଦିନ ଲାଗି ରିମାଣ୍ଡରେ ନେଲା ସିବିଆଇ

ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୩ ଦିନ ଲାଗି ରିମାଣ୍ଡରେ ନେଲା ସିବିଆଇ। ଦିଲ୍ଲୀ ମଦନୀତି ମାମଲାରେ କରିବ ଛାନବିନ। ସେପଟେ ପତ୍ନୀ ସୁନୀତା କହିଛନ୍ତି ଦେଶରେ ଚାଲିଛି ତାନାଶାହୀ ଓ ଏମର୍ଜେନସି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ସିବିଆଇ ଗିରଫ କରିଛି। ଏହା ଆଗରୁ ତାଙ୍କୁ ଇଡି ଗିରଫ କରିଥିଲା। ଏବେ ସେ ତିହାର ଜେଲରେ ଅଛନ୍ତି। ଦିଲ୍ଲୀ ମଦ ଦୁର୍ନୀତିର ମନି ଲଣ୍ଡ୍ରିଂ ମାମଲାରେ ଗତ ମାର୍ଚ୍ଚ ୨୧ ତାରିଖରେ କେଜରିୱାଲଙ୍କୁ ଇଡି ଗିରଫ କରିଥିଲା। ଜୁନ୍ ୨୦ ତାରିଖରେ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଜାମିନ ଦେଇଥିଲେ। ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟକୁ ଯାଇଥିଲା ଇଡି। ତଳ କୋର୍ଟଙ୍କ ଜାମିନ ଉପରେ ଦିଲ୍ଲୀ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ କେଜରିୱାଲ। କିନ୍ତୁ ତାଙ୍କୁ ପୁଣି ସିବିଆଇ ଗିରଫ କରିବାକୁ ସେ ପୂର୍ବ ଆବେଦନକୁ ପ୍ରତ୍ଯାହାର କରିଛନ୍ତି। ଅନ୍ଯପଟେ ତାଙ୍କୁ ତିହାର ଜେଲରୁ ଆଣି ରାଉଜ ଆଭେନ୍ଯୁ କୋର୍ଟରେ ହାଜର କଲାବେଳେ ତାଙ୍କ ସ୍ବାସ୍ଥ୍ଯବସ୍ଥା ବିଗିଡିଯାଇଛି । ଶରୀରରେ ଶର୍କରା ସ୍ତର ବଢିଯିବାରୁ ସେ ଅସୁସ୍ଥ ହୋଇପଡିଥିଲେ । ତେବେ ୫ ଦିନିଆ ରିମାଣ୍ଡ ମାଗିଛି ସିବିଆଇ । ପଚରା ଉଚରା ପାଇଁ ୫ ଦିନିଆ ରିମାଣ୍ଡ ଦରକାର ବୋଲି କହିଛନ୍ତି ସିବିଆଇ ଓକିଲ ।

Related Articles

Back to top button