ତେଜସ୍ୱୀ ଯାଦବଙ୍କ ଜାମିନ ଖାରଜ କରିବା ପାଇଁ ସିବିଆଇର ଅନୁରୋଧ

ପାଟନା: ଆଇଆରସିଟିସି ସ୍କାମରେ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଅଡୁଆ ବୃଦ୍ଧି ପାଇଛି । ତାଙ୍କୁ ମିଳିଥିବା ଜାମିନକୁ ବାତିଲ କରିବା ପାଇଁ ସିବିଆଇ ଆବେଦନ କରିଛି । ରାଉସ ଆଭେନ୍ୟୁ କୋର୍ଟ ଏ ନେଇ ତେଜସ୍ୱୀଙ୍କୁ ନୋଟିସ ମଧ୍ୟ ଜାରୀ କରିଛି । ୨୦୧୮ରେ ଆଇଆରସିଟିସି ଟେଣ୍ଡର ସ୍କାମ ମାମଲାରେ ଲାଲୁ ପ୍ରସାଦ ଯାଦଭ, ରାବ୍ରୀ ଦେବୀ, ତେଜସ୍ୱୀ ଯାଦବଙ୍କ ସମେତ ୧୪ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ୨୦୦୪ରେ ରେଳମନ୍ତ୍ରୀ ଲାଲୁ ଯାଦବ ଏହାର ୨ଟି ହୋଟେଲକୁ ଆଇଆରସିଟିସିକୁ ସ୍ଥାନାନ୍ତର କରାଯାଇଥିଲା । ଏହାର ରକ୍ଷଣାବେକ୍ଷଣ ପାଇଁ ଟେଣ୍ଡର ମଧ୍ୟ ଡକା ଯାଇଥିଲା । ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଥିଲା ।

Related Articles

Back to top button