ସୁପ୍ରିମକୋର୍ଟରେ NEET-UG ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ ରିପୋର୍ଟ ଦାଖଲ କଲା ସିବିଆଇ

NEET-UG ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ ରିପୋର୍ଟ ଦାଖଲ କଲା କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI)। ଆଜି CBI ସୁପ୍ରିମକୋର୍ଟରେ ଦାଖଲ କରିଛି ତଦନ୍ତ ରିପୋର୍ଟ। ଖୁବ୍ ଶୀଘ୍ର ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣି କରିପାରନ୍ତି।ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ CBI ସୁପ୍ରିମକୋର୍ଟରେ ଦାଖଲ କରିଥିବା ତଦନ୍ତ ରିପୋର୍ଟରେ କୁହାଯାଇଛି ଯେ, ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ କୌଣସି ଜାଲିଆତି ହୋଇନାହିଁ। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (IIT) ମାଡ୍ରାସ ଦ୍ୱାରା କରାଯାଇଥିବା ଡାଟା ଆନାଲିଟିକ୍ସ ଅନୁସାରେ, ବଡ଼ ଧରଣର ଜାଲିଆତି ନେଇ ଯେଉଁ ଅଭିଯୋଗ ହୋଇଥିଲା ତାର କୌଣସି ସ୍ପଷ୍ଟ ସୂଚନା ନାହିଁ। କେତକ ନିର୍ଦ୍ଦିଷ୍ଟ ପରୀକ୍ଷାର୍ଥୀଙ୍କୁ କୌଣସି ପ୍ରକାର ଅତିରିକ୍ତ ମାର୍କ ମିଳି ନାହିଁ।CBI ସୁପ୍ରିମକୋର୍ଟଙ୍କୁ ଆହୁରି କହିଛି ଯେ, ଟେଲିଗ୍ରାମରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଯେଉଁ ଭିଡ଼ିଓ ଦେଖାଯାଉଛି ତାହା ନକଲି, ଏଡିଟ୍ କରାଯାଇ ପୋଷ୍ଟ କରାଯାଇଛି।

Related Articles

Back to top button