ଦିଲ୍ଲୀ ସରକାରଙ୍କ ଅଡୁଆ ବଢିଲା: ଅବକାରୀ ନୀତି ପରେ ୧୦୦୦ ବସ କିଣା ଘୋଟାଲାର ସିବିଆଇ ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଅଡୁଆ ବଢିବାରେ ଲାଗିଛି । ଅବକାରୀ ନୀତିରେ କଥିତ ଘୋଟାଲାର ତଦନ୍ତ ପରେ ଏବେ ସିବିଆଇ ଦିଲ୍ଲୀ ପରିବହନ ନିଗମ(ଡିଟିସି) ଦ୍ୱାରା ୧୦୦୦ ଲୋ ଫ୍ଲୋର ବସ କିଣାରେ କଥିତ ଭ୍ରଷ୍ଟାଚାର ଅଭିଯୋଗର ଏକ ଏଫଆଇଆର ରୁଜୁ କରି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି ।ଅଧିକାରୀମାନେ ରବିବାର ଏ ବାବଦରେ ସୂଚନା ଦେଇଛନ୍ତି ।

ଅଧିକାରୀଙ୍କ ସୂଚନା ଅନୁସାରେ, କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପତ୍ର ଲେଖାଯିବା ପରେ ତଦନ୍ତ ଆରମ୍ଭ କରାଯାଇଛି । ତେବେ ଦିଲ୍ଲୀ ସରକାର ବସ କିଣାରେ ଘୋଟାଲା ଅଭିଯୋଗକୁ ଖଣ୍ଡନ କରିଥିଲେ ଏବଂ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ସିବିଆଇର ଦୁରୁପଯୋଗ କରିବା ଅଭିଯୋଗ ଲଗାଇଥିଲା।

ଦିଲ୍ଲୀ ପରିବହନ ନିଗମ ଦ୍ୱାରା ବସ କିଣାର ଏଏମସିରେ ଘୋଟାଲା ମାମଲା ଚଳିତ ବର୍ଷ ମାର୍ଚ୍ଚରେ ଦିଲ୍ଲୀ ବିଧାନସଭାରେ ବିଜେପି ଦ୍ୱାରା ଉଠାଯାଇଥିଲା। ଜୁନ ମାସରେ ପୂର୍ବତନ ଉପରାଜ୍ୟପାଳ ଅନିଲ ବୈଜଲଙ୍କ ଦ୍ୱାରା ଗଠିତ ତିନି ସଦସ୍ୟଙ୍କ କମିଟି ଏଏମସିରେ ତ୍ରୁଟି ପାଇବା ସହ ଏହାକୁ ଦୂର କରିବା ପାଇଁ ସୁପାରିଶ କରିଥିଲା । ଏଲଜି ମାମଲାର ବିଚାର ପାଇଁ ଗୃହ ମନ୍ତ୍ରଣାଳୟ ନିକଟକୁ ପଠାଇଥିଲେ।

Related Articles

Back to top button