
ମଣିପୁରରେ ହିଂସାର ଯାଞ୍ଚ କରିବ ସିବିଆଇ, ୫୩ ଅଧିକାରୀ ମୁତୟନ
ଏଣିକି ମଣିପୁରରେ ଆଉ ବର୍ତ୍ତିବେନି ଉପଦ୍ରବକାରୀ । କାରଣ ଏଣିକି ମାମଲାର ଯାଞ୍ଚ କରିବ ସିବିଆଇ । ଏଥିପାଇଁ ରାଜ୍ୟରେ ମୁତୟନ ହୋଇଛନ୍ତି ୨୯ ମହିଳା ଅଧିକାରୀଙ୍କ ସହ ମୋଟ ୫୩ ଅଧିକାରୀ । ଦାଏର ହୋଇଥିବା ୧୭ରୁ ଅଧିକ ମାମଲାର କରିବ ପୁଙ୍ଖାନୁପୁଙ୍ଖ ଯାଞ୍ଚ ।
ଅଧିକାରୀଙ୍କ ସୂଚନା ମୁତାବକ, ୩ଜଣ ଉପମହାନିର୍ଦ୍ଦେଶକ ର୍ୟାଙ୍କର ଅଧିକାରୀ ରାଜ୍ୟରେ ହୋଇଥିବା ହିଂସା ମାମଲାରେ ଯାଂଚ କରିବାକୁ ନିଜ ନିଜ ଟିମର ନେତୃତ୍ୱ କରିବେ । ଏଥିରେ ମହିଳା ଅଧିକାରୀ ଲବଲି କଟିଆର ଓ ନିର୍ମଳା ଦେବୀ ମଧ୍ୟ ସାମିଲ ଅଛନ୍ତି ।
ମେ ୩ ତାରିଖରେ ମଣିପୁରରେ ଦୁଇ ଆଦିବାସୀ ଗୋଷ୍ଠୀଙ୍କ ମଧ୍ୟରେ ହିଂସା ସୃଷ୍ଟି ହେବା ଯୋଗୁଁ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହା ମଧ୍ୟରେ ଏଭଳି କିଛି ନିର୍ଯାତନାର ଛବି ସାମ୍ନାକୁ ଆସିଛି ଯାହା ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା । ତେବେ ପାହାଡି ଜିଲ୍ଲାରେ ‘ଆଦିବାସୀ ଏକଜୁଟତା ମାର୍ଚ୍ଚ’ ଚାଲିଥିବାବେଳେ ହିଂସା ସୃଷ୍ଟି ହୋଇଥିଲା ।