ସିବିଏସଇ ଦ୍ୱାଦଶ ଏବଂ ଦଶମ ପରୀକ୍ଷା ତାରିଖରେ ପରିବର୍ତ୍ତନ ଆଣିଲା ବୋର୍ଡ
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ ) ୨୦୨୩ ପରୀକ୍ଷା ତାରିଖରେ ସାମାନ୍ୟ ପରିବର୍ତ୍ତନ ଆସିଛି । ସିବିଏସଇ ଗୁରୁବାର ଦ୍ୱାଦଶ ଏବଂ ଦଶମ ପରୀକ୍ଷାର ଡେଟସିଟ ଜାରି କରିଥିଲେ । ଡେଟସିଟ ଜାରି କରିବାର ୩ ଦିନ ପରେ ଦ୍ୱାଦଶ ପରୀକ୍ଷା ଟାଇମଟେବୁଲରେ ପରିବର୍ତ୍ତନ କରାଯାଇଛି । ଏହି ନୂଆ ଟାଇମ ଟେବୁଲ ସିବିଏସଇର ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ ।
ସଂଶୋଧିତ ଟାଇମ ଟେବୁଲ ଅନୁସାରେ, ଦ୍ୱାଦଶ ପରୀକ୍ଷାର ଡେଟସିଟରେ ୨୦୨୩ ଏପ୍ରିଲ ୪ ତାରିଖରେ ହେବାକୁ ଥିବା ପରୀକ୍ଷା ମାର୍ଚ୍ଚ ୨୭ ୨୦୨୩ରେ ହେବ । ବାକି ସବୁ ପରୀକ୍ଷା ପୂର୍ବ ଟାଇମଟେବୁଲ ଅନୁସାରେ କରାଯିବ । ତେବେ ଦଶମ ପରୀକ୍ଷା ପାଇଁ ଜାରି ଡେଟସିଟରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ଡିସେମ୍ବର ୨୯, ୨୦୨୨ରେ ଯେଉଁ ଡେଟସିଟ ସିବିଏସଇ ପକ୍ଷରୁ ୧୦ମ ପିଲାଙ୍କ ପାଇଁ ଜାରି କରାଯାଇଥିଲା ସେହି ଅନୁସାରେ ପରୀକ୍ଷା କରାଯିବ ।
ଡେଟସିଟ ଅନୁଯାୟୀ, ଦଶମ ପରୀକ୍ଷା ଫେବୃଆାରୀ ୧୫ରୁ ଆରମ୍ଭ ହେବ ଏବଂ ମାର୍ଚ୍ଚ ୨୧, ୨୦୨୩ରେ ଶେଷ ହେବ । ସେହିପରି ଦ୍ୱାଦଶ ପରୀକ୍ଷା ଫେବୃୟାରୀ ୧୫ରେ ଆରମ୍ଭ ହୋଇ ୫ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ଚାଲିବ । ଉଭୟ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ସାଢେ ୧୦.୩୦ରୁ ଆରମ୍ଭ ହୋଇ ସାଢେ ଗୋଟାଏରେ ସରିବ । ପ୍ରଶ୍ନପତ୍ର ପଢିବା ପାଇଁ ପିଲାଙ୍କୁ ଅଧିକ ୧୫ ମିନିଟ ଦିଆଯିବ ।