୧୫ ଫେବୃଆରୀରୁ ହେବ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ପରୀକ୍ଷା ତାରିଖ ଘୋଷଣା କରିଛି। ସିବିଏସ୍ଇ କହିଛି ଯେ ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ ରୁ ଆରମ୍ଭ ହୋଇଥିବା ବେଳେ କଳା, ବିଜ୍ଞାନ ଏବଂ ବାଣିଜ୍ୟ ଛାତ୍ରମାନଙ୍କ ପାଇଁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମଧ୍ୟ ଫେବୃଆରୀ ୧୫ ରୁ ଆରମ୍ଭ ହେବ। ସମସ୍ତ ପରୀକ୍ଷା ୫ ଏପ୍ରିଲ ସୁଦ୍ଧା ଶେଷ ହେବ।

ସିବିଏସ୍ଇ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ଚଳିତ ବର୍ଷ ବୋର୍ଡ ପରୀକ୍ଷାରେ ୩୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ହାଜର ହେବେ। ସେଥିମଧ୍ୟରୁ ୨୧ ଲକ୍ଷ ୮୬ ହଜାର ୯୪୦ ଛାତ୍ର ଦଶମ ପରୀକ୍ଷାରେ ହାଜର ହେବେ। ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୧୬ ଲକ୍ଷ ୯୬ ହଜାର ୭୭୦ ଛାତ୍ରଛାତ୍ରୀ ହାଜର ହେବେ। ଦେଶ ତଥା ବିଦେଶରେ ବୋର୍ଡ ପରୀକ୍ଷା ପାଇଁ ସିବିଏସ୍ଇ ଦ୍ୱାରା ୭ ହଜାର ୨୫୦ ରୁ ଅଧିକ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଦଶମ ଶ୍ରେଣୀ ପରୀକ୍ଷା ୧୬ ଦିନରେ ଶେଷ ହେବ। ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୩୬ ଦିନ ଲାଗିବ। ବୋର୍ଡ ପରୀକ୍ଷା ସକାଳ ୧୦:୩୦ ରୁ ଦିନ ୧:୩୦ ପର୍ଯ୍ୟନ୍ତ କରାଯିବ।

ବିଜ୍ଞପ୍ତି ଅନୁଯାୟୀ, ମୋଟ୍ ୭୬ ଟି ବିଷୟ ପାଇଁ ଦଶମ ଶ୍ରେଣୀ ପରୀକ୍ଷା ଏବଂ ମୋଟ ୧୧୫ ଟି ବିଷୟ ପାଇଁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରାଯିବ । ଦଶମ ଶ୍ରେଣୀ ପରୀକ୍ଷା ପାଇଁ ମୋଟ ୭୨୪୦ କେନ୍ଦ୍ର ପ୍ରତିଷ୍ଠା କରାଯାଇ ଥିବା ବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ୬୭୫୯ କେନ୍ଦ୍ର ପ୍ରସ୍ତୁତ କରାଯାଇଛି ।

ସେହିପରି ବିଭିନ୍ନ ସଂଖ୍ୟକ ଛାତ୍ରଙ୍କ ବିଷୟରେ କହିବାକୁ ଗଲେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ମୋଟ ୧୨ ଲକ୍ଷ ୪୭ ହଜାର ୩୬୪ ବାଳକ ଏବଂ ୯ ଲକ୍ଷ ୩୮ ହଜାର ୫୬୬ ବାଳିକା ଉପସ୍ଥିତ ହେବେ । ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୯ ଲକ୍ଷ ୫୧ ହଜାର ୩୩୨ ବାଳକ ଏବଂ ୭ ଲକ୍ଷ ୪୫ ହଜାର ୪୩୩ ବାଳିକା ହାଜର ହେବେ। ପୁରୁଷ ଏବଂ ମହିଳା ଛାତ୍ରଙ୍କ ବ୍ୟତୀତ ଅନ୍ୟ ଛାତ୍ରମାନେ ଦଶମ ଶ୍ରେଣୀ ପାଇଁ ଏବଂ ଦ୍ୱାଦଶ ଶ୍ରେଣୀରୁ ୫ ଲେଖାଏଁ ମଧ୍ୟ ଏହି ପରୀକ୍ଷାରେ ଭାଗ ନେବେ।

ବୋର୍ଡ କହିଛି ଯେ, ପରୀକ୍ଷା କେନ୍ଦ୍ରରୁ ମିଳିଥିବା ସୂଚନା ମୁତାବକ ସମସ୍ତ ପ୍ରସ୍ତିତି ଶେଷ ହୋଇଛି । ଛାତ୍ରଛାତ୍ରୀମାନେ କିପରି ଚିନ୍ତାମୁକ୍ତ ହୋଇ ପ୍ରସ୍ତୁତି କରିପାରିବେ, ଏହାକୁ ନଜରରେ ରଖି ବୋର୍ଡ ଟାଇମ୍ ଟେବୁଲ୍ ପ୍ରସ୍ତୁତ କରିଛି।

Related Articles

Back to top button