
୨୦୨୫-୨୬ ଶିକ୍ଷାବର୍ଷରୁ ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ବର୍ଷକୁ ଦୁଇଥର ହେବ ଅନୁଷ୍ଠିତ
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରୀକ୍ଷାର ଢାଞ୍ଚାରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ୨୦୨୫-୨୬ ଶିକ୍ଷାବର୍ଷରୁ ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ।ଏଥିପାଇଁ ଖୁବଶୀଘ୍ର ଡ୍ରାଫ୍ଟ ଜାରି କରାଯିବ, ଆଉ ଏଥିରେ ଲୋକଙ୍କ ମତାମତ ନିଆଯିବ ।ସିବିଏସଇ ୨୦୨୬-୨୭ ଶିକ୍ଷାବର୍ଷରେ ବିଦେଶ ଛାତ୍ରଙ୍କ ପାଇଁ ବୈଷୟିକ ପାଠ୍ୟକ୍ରମ ଆରମ୍ଭ କରିବ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ଉଚ୍ଚସ୍ତରୀୟ ବୈଠକରେ ସିବିଏସଇ ଗ୍ଲୋବାଲ ସ୍କୁଲର ଅଧିକାରୀ ଏବଂ ପ୍ରତିନିଧି ସାମିଲ ଥିଲେ । ଏଥିରେ ନୂଆ ପାଠ୍ୟକ୍ରମକୁ ବିକଶିତ କରିବା ଏବଂ ଲାଗୁ କରିବା ପାଇଁ ଆବଶ୍ୟକ ଯୋଜନା ଏବଂ ପଦକ୍ଷେପ ଉପରେ ଚର୍ଚ୍ଚା ଚାଲିଛି ।
ଏହାପୂର୍ବରୁ ୧୮ ଫେବୃଆରରେ ଶିକ୍ଷାମନ୍ତ୍ରୀ ଘୋଷଣା କରିଥିଲେ କି, ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ଆୟୋଜନ କରାଯିବା ନେଇ ସାଧାରଣ ଲୋକଙ୍କ ଠାରୁ ମତାମତ ନିଆଯିବ । ଛାତ୍ରଛାତ୍ରୀଙ୍କୁ ଟେନସନ ମୁକ୍ତ ବାତାବରଣରେ ଶିଖିବାର ମାହୋଲ କରିବା ପାଇଁ ସରକାର ଜୋର ଦେଇଛନ୍ତି । ପରୀକ୍ଷାରେ ସୁଧାର ଆଣିବା ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଶିକ୍ଷାମନ୍ତ୍ରୀ ସ୍କୁଲ ଶିକ୍ଷା ସଚିବ, ସିବିଏସଇ ଅଧ୍ୟକ୍ଷ ଏବଂ ମନ୍ତ୍ରଣାଳୟ ଏବଂ ସିବିଏସଇ ଏବଂ ଅନ୍ୟ ଅଧିକାରୀଙ୍କ ସହିତ ଏ ବିଷୟରେ ବିଚାର ବିମର୍ଷ କରାଯିବ ।