ଗୁଗଲ ଉପରେ ସିସିଆଇର ଦ୍ୱିତୀୟ କାର୍ଯ୍ୟାନୁଷ୍ଠାନ, ୯୩୫ କୋଟି ଟଙ୍କାର ଜରିମାନା

ନୂଆଦିଲ୍ଲୀ: ସର୍ଚ୍ଚ ଇଞ୍ଜିନ ଗୁଗଲର ଏକଚାଟିଆକୁ ରୋକିବା ପାଇଁ ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ପୁଣି ଥରେ ଜରିମାନା ଲାଗୁ କରିଛି । ପ୍ଲେ ଷ୍ଟୋର ନୀତିରେ ନିଜର ଦବଦବାର ଦୁରୁପଯୋଗ କରିବା ମାମଲାରେ ସିସିଆଇ ଗୁଗଲ ଉପରେ ୯୩୬.୪୪ କୋଟି ଟଙ୍କା ଜରିମାନା ଲାଗୁ କରିଛି । ଅକ୍ଟୋବର ମାସରେ ଦ୍ୱିତୀୟ ଥର ପାଇଁ ଗୁଗଲ ଉପରେ ଏହିପରି ଜରିମାନା ଲାଗୁ କରାଯାଇଛି ।

ଏହା ପୂର୍ବରୁ ଗୁଗଲ ଉପରେ ସିସିଆଇ ୧୩୩୮ କୋଟି ଟଙ୍କାର ଜରିମାନା ଲାଗୁ କରିଥିଲା । ଏହିପରି ଚଳିତ ମାସରେ ଗୁଗଲ ଉପରେ ୨୩୦୦ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି ।

ଏହା ପୂର୍ବରୁ ଗୁଗଲ ଉପରେ ଭାରତୀୟ ପ୍ରତିଯୋଗିତା ଆୟୋଗ (Competition Commission of India-CCI) ୧,୩୩୭.୭୬ କୋଟି ଟଙ୍କାର ଜରିମାନା ଲାଗୁ କରିଥିଲା । ଆନରଏଡ୍ ମୋବାଇଲ ଉପକରଣ ବଜାରରେ ମଜୁଭତ ସ୍ଥିତିର ଦୁରୁପଯୋଗ ନେଇ ଗୁଗଲ ଉପରେ ଏହି ଜରିମାନା ଲାଗୁ କରିଥିଲା ସିସିଆଇ ।

ଇଣ୍ଟରନେଣ୍ଟ ସର୍ଚ୍ଚ କମ୍ପାନିକୁ ଅନୁଚିତ ବ୍ୟବସାୟୀକ ଗତିବିଧିକୁ ବନ୍ଦ କରିବାକୁ ସିସିଆଇ ନିର୍ଦ୍ଦେଶ ଦେଇଥିଲା । ଏହାସହ ଗୁଗଲକୁ ଏକ ନିର୍ଦ୍ଦାରିତ ସମୟସୀମା ଭିତରେ ନିଜର କାର୍ଯ୍ୟଶୈଳୀକୁ ସଂଶୋଧିତ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଗୁଗଲ ଆନରଏଡ ଓଏସର ପରିଚାଳନା କରିଥାଏ । ଏଥିପାଇଁ ଅନ୍ୟ କମ୍ପାନି ଗୁଡିକୁ ମଧ୍ୟ ଲାଇସେନ୍ସ ଜାରି କରାଯାଇଥାଏ । ଗୁଗଲର ଓଏସ ଏବଂ ଆପର ବ୍ୟବହାର ଓଇଏମଏସ ଅର୍ଥାତ ଅରିଜିନାଲ ଇକ୍ୱିପମେଣ୍ଟ ମ୍ୟାନୁଫେକର ନିଜ ମୋବାଇଲ ଡିଭାଇସ ପାଇଁ କରିଥାଏ । ଓଏସ ଏବଂ ଆପର ବ୍ୟବହାରକୁ ନେଇ ଅନେକ ପ୍ରକାର ଚୁକ୍ତି ହୋଇଥାଏ, ଏହାକୁ ମୋବାଇଲ ଆପ୍ଲିକେସନ ଡିଷ୍ଟ୍ରିବ୍ୟୁସନ ଏଗ୍ରୀମେଣ୍ଟ କୁହାଯାଏ।

Related Articles

Back to top button