
କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ୫୦ ପ୍ରତିଶତ ମହଙ୍ଗା ଭତ୍ତା
ନୂଆଦିଲ୍ଲୀ: କେନ୍ଦ୍ର ସରକାର ତାଙ୍କ ଅଧୀନରେ କାମ କରୁଥିବା କର୍ମଚାରୀଙ୍କର ବଢିବ ମହଙ୍ଗା ଭତ୍ତା । ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ବୃଦ୍ଧି ପରେ କର୍ମଚାରୀଙ୍କୁ ୪୨ ପ୍ରତିଶତ ବଦଳରେ ମିଳିବ ୫୦ ପ୍ରତିଶତ ମହଙ୍ଗା ଭତ୍ତା । କେନ୍ଦ୍ର ସରକାରୀ କର୍ମଚାରୀ ପ୍ରତି ମାସରେ ୯୦୦୦ ଟଙ୍କା ଅଧିକ ଦରମା ପାଇବେ ।
ସରକାରଙ୍କ ପକ୍ଷରୁ ବର୍ଷରେ ୨ ଥର ମହଙ୍ଗା ଭତ୍ତା ମିଳିଥାଏ । ମାର୍ଚ୍ଚରେ ସରକାର ୪ ପ୍ରତିଶତ ମହଙ୍ଗା ଭତ୍ତା ବଢାଇଥିଲେ । ସପ୍ତମ ବେତନ କମିଶନ ଅନୁସାରେ ମହଙ୍ଗା ଭତ୍ତାର ନିୟମ ହେଉଛି, ମହଙ୍ଗା ଭତ୍ତା ଯେତେବେଳେ ୫୦ ପ୍ରତିଶତ ହୋଇଯିବ ସେତେବେଳେ ଏହାକୁ ଶୂନ୍ୟ କରି ଦିଆଯିବ । ୫୦ ପ୍ରତିଶତ ବୃଦ୍ଧି ହିସାବରେ ଯେତିକି ଟଙ୍କା କର୍ମଚାରୀଙ୍କୁ ମିଳିବ ତାହାକୁ ମୂଳ ଦରମାରେ ମିଶାଇ ଦିଆଯିବ।
ଅର୍ଥାତ ଏହି ମହଙ୍ଗା ବୃଦ୍ଧି ହେବା ପରେ ଯେଉଁ କର୍ମଚାରୀଙ୍କ ବେସିକ ବା ମୂଳ ଦରମା ୧୮ ହଜାର ଟଙ୍କା ସେମାନଙ୍କୁ ୫୦ ପ୍ରତିଶତ ଡିଏ ଭାବେ ୯ ହଜାର ଟଙ୍କା ମିଳିବ । ହେଲେ ଏହି ୯ ହଜାର ଡିଏକୁ ମୂଳ ଦରମାରେ ମିଶାଇ ଦିଆଯିବ ।