କିଛି ନିର୍ଦ୍ଦିଷ୍ଟ କେନ୍ଦ୍ର କମର୍ଚାରୀମାନଙ୍କୁ ମିଳିବ ପୁରୁଣା ପେନସନ ଯୋଜନାର ଫାଇଦା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । ଦୀର୍ଘ ସମୟ ଅପେକ୍ଷାର ଅନ୍ତ ଘଟିଛି । କେନ୍ଦ୍ର କମର୍ଚାରୀମାନଙ୍କୁ ମିଳିବ ଓଲଡ ପେନସନ ସ୍କିମର ଫାଇଦା(Old Pension Scheme ବା OPS) । ତେବେ ଏହି ସୁବିଧାର ଲାଭ ସବୁ କେନ୍ଦ୍ରୀୟ କର୍ମଚାରୀ ପାଇବେ ନାହିଁ । ନିର୍ଦ୍ଦିଷ୍ଟ କେତେଜଣଙ୍କୁ ଏହି ସୁବିଧା ମିଳିବ । ତେବେ କେଉଁମାନଙ୍କୁ ଏହି ସୁବିଧା ମିଳିବ ଆସନ୍ତୁ ଜାଣିବା ।

କେନ୍ଦ୍ର ସରକାରଙ୍କୁ ସଂଶୋଧିତ ନିୟମ ଅନୁଯାୟୀ, ନାଶନାଲ ପେସନସ ସିଷ୍ଟମ ବା ଏନପିଏସ ଅଧିସୂଚନା ଅନୁଯାୟୀ ୨୦୦୩ ଡିସେମ୍ବର ୨୨ ପୂର୍ବରୁ କେନ୍ଦ୍ର ସରକାରଙ୍କ ସେବାରେ ସାମିଲ ହୋଇଥିବା କମର୍ଚାରୀଙ୍କୁ କେନ୍ଦ୍ରୀୟ ସିଭିଲ ସେବା (ପେନସନ) ନିୟମ ଅନୁଯାୟୀ ପୁରୁଣା ପେନସନ ଯୋଜନାରେ ସାମିଲ କରାଯିବ ।୨୦୦୩ ଡିସେମ୍ବର  ୨୨ ତାରିଖ ପରେ ବାହାରିଥିବା ଚାକିରିରେ ନିଯୁକ୍ତି ପାଇଥିବା କମର୍ଚାରୀଙ୍କୁ  ନାଶନାଲ ପେନସନ ସ୍କିମ ଅନୁସାରେ ପେନଶନ ମିଳିବ । ଯେଉଁ କର୍ମଚାରୀ ପୁରୁଣା ପେନଶନ ଯୋଜନାର ସୁବିଧା ପାଇବାର ଯୋଗ୍ୟ ସେମାନେ ୨୦୦୩ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଏହି ସୁବିଧାର ଉପଯୋଗ କରିପାରିବେ ।

Related Articles

Back to top button